fbpx

ଡିବେଟରେ କହିବାକୁ ମିଳିଲାନି ସୁଯୋଗ, ନ୍ୟୁଜ୍ ଚ୍ୟାନେଲରେ ମହିଳା କଲେ ଏମିତି କାମ: ଦେଖନ୍ତୁ ଭାଇରାଲ ଭିଡିଓ…

ଅନେକ ସମୟରେ ଟିଭିରେ ନ୍ୟୁଜ୍ ଚ୍ୟାନେଲରେ ବିଭିନ୍ନ ଘଟଣା ଉପରେ ବିତର୍କ କରାଯାଇଥାଏ । ଏହି ବିତର୍କ କିଛି ପ୍ୟାନେଲିଷ୍ଟଙ୍କୁ ନେଇ କରାଯାଇଥାଏ । ତେବେ ବେଳେବେଳେ ଏହି ଡିବେଟ୍ ବହୁତ ବୋରିଙ୍ଗ ଲାଗିଥାଏ । ଯାହାକୁ ଦେଖିବାକୁ ହୁଏତ ଭଲଲାଗିନଥାଏ । ଏହିଭଳି ଏକ ବିତର୍କର ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ ଡିବେଟରେ ଜଣେ ମହିଳା ପ୍ୟାନେଲିଷ୍ଟଙ୍କୁ କହିବାକୁ ଦିଆଯାଇନଥିଲା ଆଉ ନିରାଶ ହୋଇ ଶେଷରେ ସେ କରିଥିଲେ ଏକ ଭିନ୍ନ ଉପାୟ ।

ଭାଇରାଲ ହେଉଥବା ଏହି ଭିଡିଓରେ ଦେଖାଯାଉଛି ଯେ ମହିଳା ପ୍ୟାନେଲିଷ୍ଟଙ୍କୁ ଅନେକ ସମୟ ଧରି କହିବାକୁ ଦିଆଯାଇନଥିଲା । ଫଳରେ ନିରାଶ ହୋଇଯାଇଥିଲେ ମହିଳା ଜଣକ ଆଉ ତାଙ୍କର ଦୃଷ୍ଟି ଆକର୍ଷଣ କରିବାକୁ କ୍ୟାମେରା ସାମ୍ନାରେ କରିଥିଲେ ଡାନ୍ସ । ଆଉ ଏହାର ଏକ ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ହୁଏତ ଆପଣଙ୍କୁ ମଧ୍ୟ ହସ ଲାଗିପାରେ ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓଟି କେଉଁ ଚାନେଲର ଜଣା ପଡ଼ିନଥିବାବେଳେ ଏଥିରେ ଲେଖାଯାଇଥିବା ଭାଷାରୁ ଜଣାପଡ଼ୁଛି ଏହା କୌଣସି ବେଙ୍ଗଲୀ ଚ୍ୟାନେଲରେ ହେଉଥିବା ଏକ ବିତର୍କର ଭିଡିଓ । ଏହାକୁ ନେଇ ଅନେକ ୟୁଜର୍ସ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.