fbpx
BJD
BJD SKY
BJD SKY

ଉତ୍ତରାଖଣ୍ଡରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ CDS ବିପିନ ରାୱତଙ୍କ ଭାଇ!: ପୁସ୍କର ସିଂ ଧାମିଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ

ନୂଆଦିଲ୍ଳୀ: ବିଜେପିିରେ ଯୋଗ ଦେଇଛନ୍ତି ଦିବଙ୍ଗତ ସିଡିଏସ୍ ବିପିନ୍ ରାୱତଙ୍କ ଭାଇ ବିଜୟ ରାୱତ୍ । ବିଜୟ ରାୱତ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି ଏବଂ ରାଜ୍ୟସଭା ସାଂସଦ ଅନୀଲ ବାଲୁନିଙ୍କ ଉପସ୍ଥିତିରେ ଗେରୁଆ ଝଣ୍ଡା ଧରିଛନ୍ତି । ଉତ୍ତରାଖଣ୍ଡରେ ନିର୍ବାଚନ ଥିବା ବେଳେ ରାୱତଙ୍କ ଯୋଗଦାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆସନ୍ତା ନିର୍ବାଚନରେ କଂଗ୍ରେସକୁ ପ୍ରତିହତ କରିବା ପାଇଁ ବିଜୟ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଆଶଙ୍କା କରାଯାଉଛି ।

ବିଜୟ କହିଛନ୍ତି ତାଙ୍କ ପିତା ଭାରତୀୟ ସେନାରେ ରହିଥିବା ବେଳେ ସେ ମଧ୍ୟ ବିଜେପି ସହିତ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ଓ ବଳିଷ୍ଠ ନେତୃତ୍ୱକୁ ସେ ବେଶ ପ୍ରଶଂସା କରିଥିଲେ । ମୋଦୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି । ତାଙ୍କର ସମସ୍ତ ପଦକ୍ଷେପ ରାଷ୍ଟ୍ର ହିତ ପାଇଁ ଉଦ୍ଦିଷ୍ଟ ବୋଲି ବିଜୟ ରାୱତ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି କହିଛନ୍ତି ସିଡିଏସ୍ ରାୱତ ଅବସର ପରେ ଉତ୍ତରାଖଣ୍ଡର ସେବା କରିବାକୁ ଚାହୁଁଥିଲେ । ଦିବଙ୍ଗତ ସିଡିଏସଙ୍କ ସ୍ଥାନରେ ତାଙ୍କ ସାନ ଭାଇ ଅଧୁରା ସ୍ୱପ୍ନ ପୂରଣ କରିବେ ବୋଲି ରାୱତ କହିଛନ୍ତି ।

Get real time updates directly on you device, subscribe now.