fbpx

(Video) ତପସ୍ୱିନୀ-ସୁମିତ ମାମଲା: ୧୭ ହଜାର ନେଇ ବଢ଼ୁଛି ବିବାଦ, ପୁଣି ହେବ ନୂଆ କେସ୍

ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା । ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ସୁମିତ ୧୭ ହଜାର ଟଙ୍କା ନଦେବା ଘଟଣା । ସୁମିତ ଟଙ୍କା ନଦେବା ନେଇ ତପସ୍ୱିନୀ କରିଥିବା ଆବେଦନ ଉପରେ ରାୟ । ଘଟଣା ଉପରେ ତପସ୍ୱିନୀ ପୁଣି ଏକ ପିଟିସନ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ।

ସୂଚନାଯୋଗ୍ୟ, ତପସ୍ୱିନୀ ସୁମିତଙ୍କୁ ନିଜ ସ୍ୱାମୀ ବୋଲି କହିବା ସହ ଘରେ ବୋହୂ ରୂପେ ସ୍ୱୀକାର କରିବାକୁ ଦାବି କରି ସୁମିତଙ୍କ ବ୍ରହ୍ମାନଗର ବାସ ଭବନ ସାମ୍ନାରେ ଧାରଣାରେ ବସିଥିଲେ । ଏହି ମାମଲା କୋର୍ଟକୁ ମଧ୍ୟ ଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ତପସ୍ୱିନୀଙ୍କୁ ସୁମିତଙ୍କ ଘରେ ରହିବା ସହ ମାସକୁ ୧୭ ହଜାର ଟଙ୍କା ଦେବା ପାଇଁ କହିଥିଲେ । ସେପଟେ ସୁମିତ୍ ତାଙ୍କୁ ୧୦ ହଜାର ଟଙ୍କା ନଦେବା ସହ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ ପୁଣି ଥରେ ପିଟିସନ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ତପସ୍ୱିନୀଙ୍କୁ ଟଙ୍କା ନଦେବା ମାମଲାର ସ୍ୱତନ୍ତ୍ର ଭାବରେ ପିଟିସନ କରିବାକୁ ନେଇ କହିଛନ୍ତି ।

Get real time updates directly on you device, subscribe now.