fbpx
BSKY
BJD SHG SKY
BJD MC SKY

ଏକାସାଙ୍ଗରେ ଦୁଇ ସନ୍ତାନ ଜନ୍ମ କଲେ ମହିଳା: କିନ୍ତୁ ସନ୍ତାନଙ୍କ ପିତା….

ଜଣେ ୧୯ ବର୍ଷୀୟ ଝିଅ ଏକାସାଙ୍ଗରେ ଦୁଇ ଶିଶୁକୁ ଜନ୍ମ ଦେଇଛନ୍ତି । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଉଭୟ ପିଲାଙ୍କ ବାପା ଅଲଗା ଅଲଗା । ମାମଲା ପର୍ତ୍ତୁଗାଲର । ମେଡିକାଲ ସାଇନ୍ସରେ ଏହା ଏକ ଦୁର୍ଲଭ ଘଟଣା । ଝିଅର ପରିବାରଲୋକ ଭାବୁଥିଲେ ଉଭୟ ପିଲାଙ୍କ ପିତା ଜଣେ ବୋଲି । କିନ୍ତୁ ପିଲା ଜନ୍ମର ୮ ମାସ ପରେ ଡିଏନଏ ଟେଷ୍ଟରେ ଖୁଲାସା ହୋଇଥିଲା । ଟେଷ୍ଟରୁ ଜଣାପଡ଼ିଥିଲା ଯେ ଏହି ଦୁଇ ପିଲା ମଧ୍ୟରୁ ଜଣକର ଡିଏନଏ ପିତାଙ୍କ ସହ ମ୍ୟାଚ୍ ହୋଇଥିଲା । ଯେତେବେଳେକି ଅନ୍ୟଜଣକର ବିଲକୁଲ ଅଲଗା । ଅବଶ୍ୟ ଦୁଇ ପିଲା ଏକାଭଳି ଦେଖାଯାଉଛନ୍ତି ।

ମିଡିଆ ରିପୋର୍ଟ ଅନୂଯାୟୀ, ଏହି ଘଟଣା ଗୋଇୟା ରାଜ୍ୟର ଛୋଟ ସହର ମାଇନିରୋସର । ଏହି ପିଲାଙ୍କ ମା’ ଖୁଲାସା କରିଥିଲେ ଯେ ସେ ଗୋଟିଏ ଦିନରେ ଦୁଇ ପୁରୁଷଙ୍କ ସହ କିଛି ଘଣ୍ଟାର ଅନ୍ତରାଳରେ ସପଂର୍କ ରଖିଥିଲେ । ଯାହାପରେ ଅନ୍ୟ ବ୍ୟକ୍ତିଙ୍କୁ ଟେଷ୍ଟ ପାଇଁ ଡକାଯାଇଥିଲା ଏବଂ ତାଙ୍କ ଡିଏନଏ ଦ୍ୱିତୀୟ ପିଲା ସହ ମ୍ୟାଚ୍ ହୋଇଯାଇଥିଲା । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅସାମାନ୍ୟ ଗର୍ଭାବସ୍ଥାର ଉପାୟ ଅଧ୍ୟୟନ କରୁଥିବା ଡାକ୍ତର କହିଛନ୍ତି ଯେ ଏଭଳି ଘଟଣାକୁ ମେଡିକାଲ ସାଇନ୍ସ ଭାଷାରେ ହେଟେରୋପେରେଣ୍ଟାଲ ସୁପରଫେକଣ୍ଡେସନ କୁହାଯାଏ । ବିଶେଷଜ୍ଞ କହିଛନ୍ତି ଯେ ଦୁନିଆରେ କେବଳ ୨୦ ଏପରି ମାମଲା ରହିଛି ।

Get real time updates directly on you device, subscribe now.