fbpx
BSKY
BJD SHG SKY
BJD MC SKY

ଆଣ୍ଟିବାୟୋଟିକ୍ ଔଷଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ : ରିସର୍ଚ୍ଚରୁ ହେଲା ଖୁଲାସା

ନୂଆଦିଲ୍ଲୀ: ସୁସ୍ଥ ଜୀବନ ଶୈଳୀ ପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ । କିନ୍ତୁ ମୌସୁମା ପରିବର୍ତ୍ତନ ଏବଂ ଅନ୍ୟାନ କାରଣ ହେତୁ ବିଭିନ୍ନ ସମୟରେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏଥିପାଇଁ ଆମେ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଥାଉ । କିନ୍ତୁ କିଛି କ୍ଷେତ୍ରରେ ଆମେ ଡାକ୍ତରଙ୍କ ବିନା ପରାମର୍ଶରେ ମଧ୍ୟ ବିଭିନ୍ନ ପ୍ରକାର ଔଷଧ ଏବଂ ଆଣ୍ଟିବାୟୋଟିକ୍ ଖାଇଥାନ୍ତି । ଯାହାକି ଆମ ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ । ନିକଟରେ ଆଣ୍ଟିବାୟୋଟିକ୍ ର ବ୍ୟବହାରକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା । ଯେଉଁଥିରେ କିଛି ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

Lancet Report ଅନୁଯାୟୀ ଭାରତୀୟମାନେ ଏତେ ମାତ୍ରାରେ ଆଣ୍ଟିବାୟୋଟିକ୍ ଔଷଧ ସେବନ କରୁଛନ୍ତି ଯେ ଯାହାଫଳରେ ଏହା ତାଙ୍କ ଶରୀର ଉପରେ କୌଣସି ପ୍ରଭାବ ପକାଉନାହିଁ । ଏହି କାରଣରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି । ଏଥି ସହିତ ଏହି ରିପୋର୍ଟରୁ ଆହୁରୀ ମଧ୍ୟ ଜଣା ପଡିଛି ଆଜିଥ୍ରୋମାଇସିନ୍ ଆଣ୍ଟିବାୟୋଟିକକୁ ଭାରତରେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ଏପରି କିଛି ଆଣ୍ଟିବାୟୋଟିକ୍ ଅଛି ଯାହା ବିନା ଅନୁମୋଦନରେ ବ୍ୟବହୃତ ହେଉଛି ।

ଏହି ଅନୁସନ୍ଧାନକୁ ଅତି ନିକଟରୁ ଦେଖିଲେ ଜଣାପଡେ ଯେ ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ଭାରତରେ କୌଣସି ନିୟନ୍ତ୍ରଣ ନାହିଁ। ଲାନସେଟର ଏହି ରିପୋର୍ଟ ଅନୁଯାୟୀ, ଭାରତରେ ୪୪% ଆଣ୍ଟିବାୟୋଟିକ୍ ବିନା ଅନୁମତିରେ ବ୍ୟବହୃତ ହେଉଛି। କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଦ୍ୱାରା କେବଳ ୪୬% ଔଷଧ ଅନୁମୋଦିତ । ରିପୋର୍ଟରେ ଆଜିଥ୍ରୋମାଇସିନ୍ ଔଷଧର ଅପବ୍ୟବହାର ବିଷୟରେ ଏକ ବିଶେଷ ଉଲ୍ଲେଖ ରହିଛି। ତେବେ କରୋନା ମହାମାରୀ ସମୟରେ ଅନେକ ରାଜ୍ୟ ସରକାର କୋଭିଡ୍ ଚିକିତ୍ସା ପ୍ରୋଟୋକଲରେ ଆଣ୍ଟିବାୟୋଟିକ୍ ଔଷଧ ଭାବରେ ଆଜିଥ୍ରୋମାଇସିନ୍ କୁ ରଖିଥିଲେ । ଏଥିସହିତ ଅନେକ ଲୋକେ କୋଭିଡର ଲକ୍ଷଣ ପରିଲକ୍ଷିତ ହେବା ମାତ୍ରେ ଆଜିଥ୍ରୋମାଇସିନ୍ ନେବା ଆରମ୍ଭ କରିଥିଲେ।

କରୋନାରେ ଦିଆଯାଇଥିବା ଅନାବଶ୍ୟକ ଆଣ୍ଟିବାୟୋଟିକ୍: AIIMS ର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ.ସଞ୍ଜୟ ରାୟଙ୍କ କହିବା ଅନୁଯାୟୀ କରୋନା ଭାଇରସ୍ ଏକ ଏକ ସଂକ୍ରମଣ ରୋଗ । ଏହି ରୋଗ ପାଇଁ ଆଣ୍ଟିବାୟୋଟିକ୍ ଅନାବଶ୍ୟକ ଭାବରେ ଦିଆଯାଇଥିଲା । ତେବେ ରୋଗୀଙ୍କୁ ଜୀବାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଅସ୍ତ୍ରୋପଚାର ପରେ ଆଣ୍ଟିବାୟୋଟିକ୍ ଅଧିକ ଆବଶ୍ୟକ ହୋଇଥାଏ । କିନ୍ତୁ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ହୋଇଥିବା ଏପରି କିଛି ଗୁରୁତର ରୋଗୀ ଅଛନ୍ତି ଯେଉଁମାନଙ୍କ ଉପରେ ଅନେକ ଆଣ୍ଟିବାୟୋଟିକ୍ କାମ କରେ ନାହିଁ ଏବଂ ଜୀବାଣୁ ସଂକ୍ରମଣ ହେତୁ ସେମାନଙ୍କର ମୃତ୍ୟୁ ହୋଇଥାଏ । ।

ତେବେ ୨୦୧୯ ରେ, ଚଣ୍ଡିଗଡ଼ର PGI ପ୍ରତିଷ୍ଠାନରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ ଭାରତୀୟଙ୍କ ଉପରେ ଆଣ୍ଟିବାୟୋଟିକ୍ କୌଣସି ପ୍ରଭାବ ପଡୁନାହିଁ । ତେବେ ୨୦୭ ଜଣ ରୋଗୀଙ୍କ ଉପରେ ହୋଇଥିବା ଏକ ରିସର୍ଚ୍ଚରେ , ୧୩୯ ଜଣ ରୋଗୀଙ୍କ ଶରୀରରେ ଗୋଟିଏ କିମ୍ବା ଅଧିକ ଆଣ୍ଟିବାୟୋଟିକ୍ କାମ କରୁନଥିଲା । ସେହିପରି ଏହି ରିସର୍ଚ୍ଚରେ ୨ ପ୍ରତିଶତ ଲୋକ ଏପରି ଥିଲେ ଯାହାଙ୍କ ଉପରେ କୌଣସି ଆଣ୍ଟିବାୟୋଟିକ୍ କାମ କରୁନଥିଲା ।

Lancet Planetary Health ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ଆଣ୍ଟିବାୟୋଟିକ୍ସର ଅପାରଗତା ପାଇଁ ଭାରତର ସ୍ୱାସ୍ଥ୍ୟବସ୍ଥା ଏକ ପ୍ରମୁଖ କାରଣ ଅଟେ। କାରଣ ଦେଶର ଛୋଟ ସହରାଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଆଭାବ ଏବଂକେଉଁ ଆଣ୍ଟିବାୟୋଟିକ୍ କେଉଁ ପରିସ୍ଥିତିରେ ଦିଆଯିବ ସେ ସମ୍ବନ୍ଧରେ ଡାକ୍ତରଙ୍କ ମଧ୍ୟରେ ସଚେତନତାର ଅଭାବ ହେତୁ ଭାରତୀୟଙ୍କ ଶରୀରରେ ଆଣ୍ଟିବାୟୋଟିକ୍ କାମ କରୁନଥିବା ଜଣା ପଡୁଛି ।

Get real time updates directly on you device, subscribe now.