fbpx
BSKY
BJD SHG SKY
BJD MC SKY

ଅଫିସରେ କରି ପାରିବେନି ଓଭରଟାଇମ! ସାମସଙ୍ଗ ଲଞ୍ଚ କଲା ନୂଆ Mouse, ଜାଣନ୍ତୁ ସିଷ୍ଟମ

ନୂଆଦିଲ୍ଲୀ: ଏଣିକି ଅଫିସରେ କରିପାରିବେନି ଓଭରଟାଇମ୍ । କର୍ମଚାରୀଙ୍କ ଟାଇମ ବାଲାନ୍ସକୁ ନେଇ ଚିନ୍ତା କରୁଛି ସାମସଙ୍ଗ । ସେଥିପାଇଁ ଏକ ନୂଆ ଗ୍ୟାଜେଟ ବାହାର କରିଛି ଏହି ଲୋକପ୍ରିୟ ଇଲେକ୍ଟ୍ରୋନିକ କମ୍ପାନୀ । ଏକ ନୂଆ କମ୍ପ୍ୟୁଟର ମାଉସ୍ ଆବିଷ୍ଟାର କରିଛି ସାମସଙ୍ଗ । କର୍ମଚାରୀମାନଙ୍କ ଓଭରଟାଇମ ରୋକିବା ପାଇଁ ଏହାର ଡିଜାଇନ ପ୍ରସ୍ୁତ କରାଯାଇଛି । ଏହାକୁ ସାମସଙ୍ଗ ବାଲାନ୍ସ ମାଉସ୍ ବୋଲି କୁହାଯାଏ ।

କୌଣସି କର୍ମଚାରୀ ଅଧିକ କାମ କଲେ ଏହି ମାଉସ୍ ହାତରୁ ଖସି ଚାଲିଯାଏ । ଏହି ମାଉସର ଏକ ଭିଡିଓ ଏବେ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗଛି । ଅନେକ ସମୟରେ ଅତିରିକ୍ତ କାମ କରିବାର ଚାପ ରହିଥାଏ । ଯାହାକୁ ଦୂର କରିବ ଏହି ମାଉସ୍ । ସାମସଙ୍ଗର ଏହି ଡିଭାଇସ ଓଭରୱାର୍କିଂ ସମସ୍ୟା ଦୂର କରିପାରିବ । ତେବେ ଏହା କୌଣସି ସାମାନ୍ୟ ମାଉସ୍ ନୁହେଁ ବୋଲି କମ୍ପାନୀ ତରଫରୁ ଦାବି ହୋଇଛି । ତେବେ ଏହି ମାଉସରେ ଲୋକମାନଙ୍କ ଆବଶ୍ୟକତାରୁ ଅଧିକ କାମକୁ ରୋକିବାର କ୍ଷମତା ରହିଛି ।

ଓଭରଟାଇମ କରିବା ଦ୍ୱାରା ଏହି ମାଉସ ହାତରୁ ଖସି ଯାଇଥାଏ । ମାଉସର ତଳପଟରେ ଚକ ବାହାରି ଖସିଯିବ ଏହି ମାଉସ । ତେବେ ଯଦି ଆପଣ ଏହାକୁ ଧରିବା ପାଇଁ ଚେଷ୍ଟା ବି କରନ୍ତି, ଏହା ଆହୁରି ଅଧିକ ସ୍ପିଡରେ ଯିବ ବୋଲି କହିଛି କମ୍ପାନୀ । କିନ୍ତୁ ହାତରେ ଧରା ପଡିଗଲେ ମଧ୍ୟ ଏହାର ଉପରି ଅଂଶ ବାହାରିଯିବା ସହିତ ଏହା ସମ୍ପୂର୍ଣ୍ଣ ଖୋଲିଯିବ । ଯାହାଦ୍ୱାରା କର୍ମଚାରୀମାନେ ଓଭର ଟାଇମ କରିପାରିବେ ନାହିଁ ।

Get real time updates directly on you device, subscribe now.