fbpx

ମୁମ୍ବାଇରେ ତଉକ୍ତେର ତାଣ୍ଡବ: ମହିଳାଙ୍କ ଉପରେ ପଡିଗଲା ଗଛ, ଆଉ ତାପରେ……

ମୁମ୍ବାଇ : ବାତ୍ୟା ତଉକ୍ତେ ପ୍ରଭାବରେ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ବର୍ଷା ଜାରି ରହିଛି । ଏହି ଦୁଇ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ୬ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ କିଛି ସ୍ଥାନରେ ଭୀଷଣ ବର୍ଷା କାରଣରୁ ଲୋକେ ପାଣି ଘେରରେ ରହିଛନ୍ତି । ଗୁଜୁରାଟରେ ମଧ୍ୟ ବାତ୍ୟା କାରଣରୁ ଅନେକ ଗୁଡିଏ ଗଛ ଉପୁଡିବା ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ତେବେ ଏହି ସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରିବୁଲୁଛି ।

ସେଥିରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଛତା ଧରି ରୋଡ୍ ଉପରେ ଠିଆ ହୋଇଛନ୍ତି । ଆଉ ହଠାତ୍ ତାଙ୍କ ଉପରେ ଏକ ବଡ ଗଛ ପଡିବାକୁ ଯାଉଛି ହେଲେ ମହିଳା ଜଣଙ୍କ ଭାଗ୍ୟ ଖୁବ୍ ଟାଣ ହୋଇଥିବାରୁ ସେ ଅଳ୍ପକେ ବଞ୍ଚି ଯାଉଛନ୍ତି । ଯାହା ଉକ୍ତ ଭିଡିରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଏଏନଆଇ ପକ୍ଷରୁ ଟୁଇଟ୍ କରାଯାଇଛି । ଭିଡିଓଟି ମେ ୧୭ ତାରିଖର ବୋଲି ଜଣାପଡିଛି । ହେଲେ ଏହା ମୁମ୍ବାଇର କେଉଁ ସ୍ଥାନର ଭିଡିଓ ତାହା ଜଣାପଡିନାହିଁ ।

ସୁଚନା ଥାଉ କି, ମୁମ୍ବାଇରେ ବାତ୍ୟା ତଉକ୍ତେ ପ୍ରଭାବରେ ୫୦୦ରୁ ଅଧିକ ଗଛ ଉପୁଡିଯାଇଛି । ଯଦ୍ୱାରା ସେଠାରେ ଯାତାୟାତ ଠପ୍ ହୋଇଯାଇଛି । ଏଥିସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଫଳରେ ୬ଜଣ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ମୁମ୍ବାଇର ଏକ ଜାହାଜ ମଧ୍ୟ ବୁଡି ଯିବା ଫଳରେ ସେଥିରେ ଥିବା ମୋଟ ୨୭୩ ଜଣଙ୍କ ମଧ୍ୟରୁ ୧୭୧ ନିଖୋଜ ଥିବା ସୁଚନା ମିଳିଛି ।

Get real time updates directly on you device, subscribe now.