fbpx

ତୃତୀୟ ଲହର ପୂର୍ବରୁ ହୋଇଯାଆନ୍ତୁ ସାବଧାନ! ଆପଣଙ୍କ ଛୁଆ କରୋନାରେ ଆକ୍ରାନ୍ତ ହୋଇଛି କି ନା ଜାଣିବେ କିପରି?

ନୂଆଦିଲ୍ଲୀ, ୧୮ା୫: ଦିନକୁ ଦିନ ଦେଶରେ କରୋନାର ଦ୍ୱିତୀୟ ଲହର ଘାତକ ହେବାରେ ଲାଗିଛି । ତେବେ ତୃତୀୟ ଲହର ଆସିବା ପୂର୍ବରୁ ଅନେକ ଶିଶୁ ଏଥିରେ ସଂକ୍ରମିତ ହେଉଥିବାର ଦେଖାଗଲାଣି । କର୍ଣ୍ଣାଟକରେ ଏହା ବହୁମାତ୍ରାରେ କାୟା ବିସ୍ତାର କରିଦେଇଥିବା ଜଣାପଡ଼ିଛି । ଡାକ୍ତରଙ୍କ ମତରେ, ଶିଶୁମାନଙ୍କ ଠରେ ଚର୍ମ ସମ୍ବନ୍ଧୀୟ ରୋଗ ଦେଖାଦେବା ସହ ନୂଆ ନୂଆ ଲକ୍ଷଣ ଦେଖାଦେଉଛି । ତେଣୁ ଏନେଇ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ବିଶେଷଜ୍ଞଙ୍କ ମତରେ, କରୋନାରେ ସଂକ୍ରମିତା ପିଲାଙ୍କ ଠାରେ ଜ୍ୱର, ଥଣ୍ଡା, ସ୍ୱାଦ ନଷ୍ଟ, ନିଃଶ୍ୱାସ ସମସ୍ୟା, କାଶ, ଥକ୍କାପଣ ଆଦି ଲକ୍ଷଣ ଦେଖାଦେଉଛି । ଏହାଛଡ଼ା ତ୍ୱଚା ସମସ୍ୟା, ବାନ୍ତି ହେବା, ହୃଦ ସ୍ପନ୍ଦନ ବଢ଼ିବା, ଓଠ ଶୁଖିଯିବା ଆଦି ଲକ୍ଷଣ ସବୁ ମଧ୍ୟ ଦେଖାଯାଉଛି । ୨୦୨୦ ମସିହା ସେପ୍ଟେମ୍ବର ମାସ ୯ରୁ ୨୫ ମଧ୍ୟରେ ୧୯ ହଜାରୁ ଅଧିକ ୧୦ ବର୍ଷରୁ କମ୍ ବୟସର ଶିଶୁ ଆକ୍ରାନ୍ତ ହୋଇଥିଲେ । ସେହିପରି ୪୧ ହଜାରରୁ ଅଧିକ ୧୧ରୁ ୨୦ ବର୍ଷ ମଧ୍ୟରେ ଥିବା ଶିଶୁ ସଂକ୍ରମିତ ହୋଇଥିଲେ । ଚଳିତ ବର୍ଷ ମେ ମାସ ୧ରୁ ୧୬ ମଧ୍ୟରେ ୧୯ ହଜାର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.