fbpx

ବଢ଼ିଲା ଲକଡାଉନ୍: ଜାଣନ୍ତୁ କ’ଣ ରହିବ ଖୋଲା ଆଉ କ’ଣ ବନ୍ଦ

ଭୁବନେଶ୍ୱର, ୧୮ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ଜୁନ୍ ମାସ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢ଼ିଛି । ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତେବେ ଲକଡାଉନରେ କ’ଣ ଖୋଲା ଓ ଆଉ କ’ଣ ବନ୍ଦ ରହିବ ସେନେଇ ଘୋଷଣା କରାଯାଇଛି ।

ଲକଡାଉନ୍ ସମୟରେ ଗ୍ୟାରେଜ୍ ଓ ଗାଡ଼ି ମରାମତି ଦୋକାନ ଖୋଲିବ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବର କାଗଜ ବିତରଣ ପାଇଁ ଅନୁମତି ଦିଆଯାଇଛି । ୧୦ ପ୍ରତିଶତ ଷ୍ଟାଫରେ ସରକାରୀ ଅଫିସ୍ ଚାଲିବ । ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ସରକାରୀ ଅଫିସ୍ ଷ୍ଟାଫ୍ ହ୍ରାସ କରାଯିବ । ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସରେ ଷ୍ଟାଫ୍ ସଂଖ୍ୟା କମାଯିବ । ବେସରକାରୀ ଓ କର୍ପୋରେଟ୍ ଅଫିସ ୩୩ ପ୍ରତିଶତ କର୍ମଚାରୀରେ ଚାଲିବ । ପୋଲିସ, ହୋମଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ବାହାଘରରେ ୫୦ ବଦଳରେ ଏଣିକି ୨୫ ଜଣ ଯୋଗଦେଇପାରିବେ ବୋଲି କୋଭିଡ୍ ଗାଇଡଲାଇନରେ କୁହାଯାଇଛି ।

Get real time updates directly on you device, subscribe now.