fbpx

ରାସ୍ତା ମଝିରେ ଛିଡ଼ା ହେଲେ, ବତକ ପରିବାରକୁ ବଞ୍ଚାଇଲେ ମହିଳା, ଭିଡିଓ ଭାଇରାଲ୍…

ଭୁବନେଶ୍ୱର: ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ପଶୁପକ୍ଷୀଙ୍କୁ ଆଦୌ ଭଲ ପାଆନ୍ତି ନାହିଁ । କୁକୁର, ବିଲେଇ, ଗାଈ, ଗୋରୁ ସମେତ କୁକୁଡ଼ା, ବତକ ଆଦି ପକ୍ଷୀଙ୍କୁ ଦେଖିଲେ ଅନେକ ଚିଡ଼ି ଯାଆନ୍ତି । ଏପରିକି ଅନେକ ସମୟରେ ସେମାନଙ୍କୁ ମାରି ଗୋଡ଼ାନ୍ତି । କିନ୍ତୁ ଅନ୍ୟପକ୍ଷରେ ଏଇ ସମାଜରେ ଏମିତି ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ପଶୁଜନ୍ତୁ ଓ ପକ୍ଷୀଙ୍କୁ ଖୁବ୍ ଭଲପାଆନ୍ତି । ଘରେ ପାଳନ୍ତି । ସେମାନଙ୍କୁ ସୁରକ୍ଷା ଦିଅନ୍ତି । ଏଭଳି ଅନ୍ୟ ପ୍ରାଣୀଙ୍କ ଜୀବନ ରକ୍ଷା ପ୍ରତି ସଚେତନ ଥିବା ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ।

ଭିଡିଓରୁ ସ୍ପଷ୍ଟ ଯେ, ଏକ ବତକ ତା ଛୁଆମାନଙ୍କ ସହ ରାସ୍ତା ପାର ହେଉଥିଲା । ତେବେ ଗାଡ଼ିମୋଟର ଆଦି ଯାତାୟାତ କରୁଥିବା ରାସ୍ତାରେ କାଳେ ସେମାନଙ୍କ ପ୍ରତି ବିପଦ ଆସିପାରେ ବୋଲି ଚିନ୍ତା କରି ଜଣେ ମହିଳା ରାସ୍ତା ଉପରେ ଛିଡ଼ା ହୋଇଗଲେ । ବତକ ପରିବାରକୁ ବଞ୍ଚାଇବା ପାଇଁ ରାସ୍ତା ମଝିକୁ ମହିଳା ଜଣଙ୍କ ଚାଲିଆସିଥିବାର ଏହି ଦୃଶ୍ୟ ସମ୍ବଳିତ ଭିଡିଓ ସମ୍ପ୍ରତି ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ଲୋକେ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। ଭିଡିଓରେ ମହିଳା ଜଣଙ୍କ ବତକ ପରିବାରକୁ ବଞ୍ଚାଇବା ପାଇଁ ରାସ୍ତାରେ ଆସୁଥିବା ଗାଡ଼ମୋଟର ଆଦି ଅଟକାଉଥିବା ଦେଖାଯାଉଛି । ମାନବୀୟ ମୂଲ୍ୟବୋଧ ଭିତ୍ତିକ ଏଭଳି ନିଆରା ଦୃଶ୍ୟକୁ ଲୋକେ ପ୍ରଶଂସା କରୁଥିବାବେଳେ ଇନଷ୍ଟାଗ୍ରାମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହାକୁ Jessica Faye Unda ନାମକ ୟୁଜର୍ ଏହି ପୋଷ୍ଟ୍ କରିଛନ୍ତି । ଆଉ ସେ ହେଉଛନ୍ତି ସେହି ମହିଳା, ଯିଏକି ବତକ ପରିବାରକୁ ସୁରକ୍ଷାର ସହ ରାସ୍ତା ପାର କରାଇବାରେ ସାହାଯ୍ୟ କରିଥିଲେ । ଜେସିକା କହିଛନ୍ତି ଯେ ତାଙ୍କ ଜନ୍ମଦିନ ଅବସରରେ ସେ ବତକମାନଙ୍କୁ ସାହାଯ୍ୟ କରିଥିଲେ । ବାସ୍ତବରେ ଏଭଳି ନିଆରା ଜନ୍ମଦିନ ପାଳନ ଖୁବ୍ ବିରଳ ବୋଲି ଚର୍ଚ୍ଚା ହେଉଛି ।

ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:

 

View this post on Instagram

 

A post shared by Jessica Faye Unda (@thundafromunda)

Get real time updates directly on you device, subscribe now.