fbpx

ରାଗିଗଲେ ଶାଶୂ, ବୋହୂ କୁଣ୍ଢାଇ ଧରିଲେ… ତା’ ପରେ ବୋହୂ ‘ପଜିଟିଭ୍’

ହାଇଦ୍ରାବାଦ୍: ତେଲେଙ୍ଗାନାକୁ ଆଜି ଶାଶୁ-ବୋହୁଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନା ଆସିଛି । ତେଲେଙ୍ଗାନାର ସୋମରିପଟା ଗାଁରେ ରହୁଥିବା ଜଣେ ମହିଳା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ସେ ଅତି ଗୁରୁତର ନଥିବାରୁ ଘରେ ହୋମ୍ ଆଇସୋଲେସନ୍ ରେ ରହିଥିଲେ । ତେବେ ଘରେ କୋଭିଡ୍ ସଂକ୍ରମିତ ହୋଇ ରହିଥିବାରୁ ଘରର କେହି ବି ସଦସ୍ୟ ତାଙ୍କ ସହିତ ମିଳାମିଶା କରୁନଥିଲେ । ଏହି କଥାରୁ ମହିଳା ଜଣକ ରାଗିକି ଥିଲେ । ଆଉ ରାଗରେ ସେ ନିଜ ବୋହୁକୁ କହିଲେ, ‘ମୁଁ ମରିବା ପରେ ତୁ ଖୁସିରେ ରହିବାକୁ ଚାହୁଁଛୁ । ସେଥିପାଇଁ ମୋତେ ରୁମ୍ ରେ ବନ୍ଦ କରି ରଖିଛୁ’ । ଏହାପରେ ସୁଯୋଗ ଖୋଜି ଉକ୍ତ ମହିଳା ନିଜ ବୋହୁକୁ କୁଣ୍ଢାଇ ତାଙ୍କୁ କରୋନା ପଜିଟିଭ୍ କରାଇ ଦେଇଛନ୍ତି ।

ସୂଚନା ମୁତାବକ, ବୋହୁ କରୋନା ପଜିଟିଭ୍ ଆସିବା ପରେ ତାକୁ ଘରୁ ବାହାର କରି ଦିଆଯାଇଛି । ଏହାପରେ ସେ ନିଜ ବାପନ୍ରକୁ ଚାଲି ଯାଇଛନ୍ତି । ତେବେ ବୋହୁ ଜଣକ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ କହିଛନ୍ତି ଯେ, ତାଙ୍କ ଶାଶୂ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବାପରେ ତାଙ୍କୁ ଅଲଗା ରଖାଯାଇଥିଲା । କେହି ତାଙ୍କ ପାଖକୁ ଯାଉନଥିଲେ । ତାଙ୍କୁ ଅଲଗା ଖାଇବାକୁ ବି ଦିଆଯାଉଥିଲା । ତେଣୁ ତାଙ୍କ ପାଖକୁ ଛୋଟ ପିଲାମାନଙ୍କୁ ମଧ୍ୟ ପଠାଯାଉନଥିଲା । ଏଥିପାଇଁ ସେ ଖୁବ୍ ରାଗି ଯାଇଥିଲେ । ତେଣୁ ତାଙ୍କ ଶାଶୁ ତାଙ୍କୁ ବି କୋଭିଡ୍ ପଜିଟିଭ୍ କରାଇଦେଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ରହିଛି ।

Get real time updates directly on you device, subscribe now.