fbpx
BJD
BJD SKY
BJD SKY

ଶିବଙ୍କୁ ପତି ରୂପେ ପାଇବାକୁ ମହିଳାଙ୍କ ଜିଦ୍, ବାଧାଦେଲେ ଆତ୍ମହତ୍ୟା କରିବାକୁ ଧମକ

ପିଥୋରଗଡ଼: ଉତ୍ତରାଖଣ୍ଡର ଭାରତ-ଚୀନ୍‌ ସୀମାନ୍ତ ଅଞ୍ଚଳ ପିଥୋରଗଡ଼ ଅନ୍ତର୍ଗତ ନାଭିଧାଙ୍ଗଠାରେ ବେଆଇନ ଭାବେ ବାସ କରୁଥିବା ହରମିନ୍ଦର କୌର ନାମ୍ନୀ ମହିଳା ନିଜକୁ ପାର୍ବତୀ ବୋଲି ଦାବି କରିବା ସହ ମହାଦେବ ଶିବଙ୍କୁ ବିବାହ ପାଇଁ ଅଡ଼ି ବସିଛନ୍ତି। ସମ୍ପୃକ୍ତ ଅଞ୍ଚଳ ସାମରିକ ଦୃଷ୍ଟିକୋଣରୁ ସଂରକ୍ଷିତ ଥିବାରୁ ପୁଲିସ ତାଙ୍କୁ ସେଠାରୁ ହଟାଇବା ପାଇଁ ଯାଇ ନିଷ୍ଫଳ ହୋଇଛି। ସେ ଶିବଙ୍କୁ ବିବାହ ପାଇଁ ସେଠାକୁ ଆସିଛନ୍ତି ଏବଂ ସେଠାରୁ ତାଙ୍କୁ ଶିବଙ୍କ ସହ ବିନା ବିବାହରେ ହଟାଗଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ସେ ପାର୍ବତୀଙ୍କ ଅବତାର ଏବଂ ଶିବ ନିକଟସ୍ଥ କୈଳାସ ପର୍ବତରେ ବାସ କରୁଥିବା ହରମିନ୍ଦର ଦାବି କରିଛନ୍ତି।

ପିଥୋରଗଡ଼ ପୁଲିସ ଅଧୀକ୍ଷକ ଲୋକେନ୍ଦ୍ର ସିଂହ ହରମିନ୍ଦରଙ୍କୁ ହଟାଇବା ପାଇଁ ଏକ ୧୨ଜଣିଆ ପୁଲିସ ଦଳ ପଠାଇବା ଯୋଜନା କରିଛନ୍ତି। ହରମିନ୍ଦର ହେଉଛନ୍ତି ଲକ୍ଷ୍ନୌର ଅଲିଗଞ୍ଜ ନିବାସୀ। ତାଙ୍କ ମାନସିକ ସ୍ଥିତି ଠିକ ନ ଥିବା ପୁଲିସ ସନ୍ଦେହ କରୁଛି। ହରମିନ୍ଦର ଦୁଇ ସପ୍ତାହ ପୂର୍ବେ ଆବଶ୍ୟକ ଅନୁମତି ବଳରେ ମା’ଙ୍କ ସହ କୈଳାସ-ମାନସରୋବର ରାସ୍ତାରେ ଅବସ୍ଥିତ ଗୁନଜି ଭ୍ରମଣ ପାଇଁ ଯାଇଥିଲେ; କିନ୍ତୁ ସେଠାରୁ ଫେରିବାକୁ ରାଜି ହୋଇ ନ ଥିଲେ। ମେ ୨୫ରେ ତାଙ୍କ ଅନୁମତିପତ୍ରର ଅବଧୂ ଶେଷ ହୋଇଛି।

Get real time updates directly on you device, subscribe now.