fbpx

“ୟୁରୋପର ସମସ୍ୟା ୟୁରୋପର, ବିଶ୍ୱର ନୁହେଁ ‘, ପାଶ୍ଚାତ୍ୟ ଦେଶମାନଙ୍କୁ ଜୟଶଙ୍କରଙ୍କ ପରାମର୍ଶ

ନୁଆଦିଲ୍ଲୀ: ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁରୋପ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଋଷଠାରୁ ତୈଳ କ୍ରୟ କରିବା ଏବଂ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ହେଉଥିବା ଦୁପ୍ରଚାରକୁ ନେଇ ୟୁରୋପକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଏହା ସହିତ ଗ୍ୟାସ୍ ଆମଦାନୀକୁ ନେଇ ମଧ୍ୟ ସେ ୟୁରୋପର ମୁଖା ଖୋଲି ଦେଇଥିଲେ ।

ଜୟଶଙ୍କର କହିଛନ୍ତିଯେ, ୟୁରୋପକୁ ଏହି ମାନସିକତାରୁ ବାହାରକୁ ଆସିବାକୁ ପଡ଼ିବ ଯେ ଏହାର ସମସ୍ୟା ସମଗ୍ର ବିଶ୍ୱର ସମସ୍ୟା କିନ୍ତୁ ବିଶ୍ୱର ସମସ୍ୟା ୟୁରୋପର ସମସ୍ୟା ନୁହେଁ। ଏହା ସହିତ ସେ କହିଛନ୍ତି ଯେ, ଭାରତର ଚୀନ ସହିତ ସମ୍ପର୍କ ଠିକ୍ ନାହିଁ, ଏହାର ସମାଧାନ କରିବା ପାଇଁ ଭାରତ ସକ୍ଷମ ଅଟେ । ସେ କହିଛନ୍ତି ଯେ ୟୁରୋପ ଭାବିବା ଉଚିତ ନୁହେଁ ଯେ ଯଦି ଚୀନ୍ ସହ ଭାରତର ସମସ୍ୟା ବଢିଯାଏ, ତେବେ ୟୁକ୍ରେନ ଉପରେ ଭାରତର ଭିନ୍ନ ଆଭିମୁଖ୍ୟ ଥିବାରୁ ବିଶ୍ୱର ସମର୍ଥନ ପାଇବା କଷ୍ଟସାଧ୍ୟ ହୋଇପାରେ।

ସେହିପରି ଋଷରୁ ଗ୍ୟାସ୍ କିଣିବା ଯୁଦ୍ଧ ପାଇଁ ଅନୁଦାନ କି ନୁହେଁ ଏକ ପ୍ରଶ୍ନର ଉତ୍ତରରେ ଜୟଶଙ୍କର ପ୍ରଶ୍ନ କରିଛନ୍ତି ଯେ କେବଳ ଭାରତୀୟ ଅର୍ଥ ହିଁ ଯୁଦ୍ଧକୁ ଅନୁଦାନ ପ୍ରଦାନ କରୁଛି, ୟୁରୋପକୁ ଆସୁଥିବା ଗ୍ୟାସ ଯୁଦ୍ଧକୁ ଅନୁଦାନ ଦେଉନାହିଁ। ତେବେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁରୋପିୟ ଦେଶ ଲଗାତାର ଭାରତକୁ ମନାଇବାକୁ ଚେଷ୍ଟା କରୁଛନ୍ତି ଯେ, ଭାରତ ଋଷ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରୁ ।

Get real time updates directly on you device, subscribe now.