fbpx

ସରକାରଙ୍କ ବଡ଼ ନିଷ୍ପତ୍ତି: ପ୍ରତ୍ୟେକ ପରିବାରକୁ ବାର୍ଷିକ ୩ଟି LPG ସିଲିଣ୍ଡର ମିଳିବ ମାଗଣା

ନୂଆଦିଲ୍ଲୀ: ଲୋକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଗୋଆ ସରକାର । ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ବଡ଼ ନିଷ୍ପତ୍ତି ନେଇ ସରକାର କହିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ପରିବାରକୁ ୩ଟି ଏଲପିଜି ସିଲିଣ୍ଡରରେ ମାଗଣାରେ ଦିଆଯିବ, ଯେପରି ଭାରତୀୟ ଜନତା ପାର୍ଟି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଇଥିଲା । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନୂଆ କ୍ୟାବିନେଟର ପ୍ରଥମ ବୈଠକର ଅଧ୍ୟକ୍ଷତା କରୁଥିବା ସମୟରେ ଏହାର ଘୋଷଣା କରିଛନ୍ତି । ତେବେ ପ୍ରମୋଦ ସାୱନ୍ତଙ୍କ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଏବଂ ଆଠ ଅନ୍ୟ ମନ୍ତ୍ରୀ ସାମିଲ ଅଛନ୍ତି ।

ସୋମବାର ସନ୍ଧ୍ୟାରେ ଏକ ଟ୍ୱିଟରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲି । କ୍ୟାବିନେଟର ନୂଆ ଆର୍ଥିକ ବର୍ଷରୁ ବିଜେପି ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତି ଅନୁସାରେ ୩ ସିଲିଣ୍ଡର ମାଗଣାରେ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।’

ତେବେ ଗତ ମାସରେ ଗୋଆ ବିଧାନସଭା ନିର୍ବାନଚ ପୂର୍ବରୁ ବିଜେପି ନିଜ ଇସ୍ତାହାରରେ ପ୍ରତ୍ୟେକ ପରିବାରକୁ ବାର୍ଷିକ ୩ଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦେବାକୁ ପ୍ରତିଶୃତି ଦେଇଥିଲା । ସୂଚନାଯୋଗ୍ୟ ଯେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦ ସାୱନ୍ତ ୨୦୧୯ ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.