fbpx

(Video): ରିଲ୍ସ କରୁଥିଲେ ମହିଳା, ଦୁର୍ବୃତ୍ତ ବାଇକରେ ଆସି ବେକରୁ ଝାମ୍ପିନେଲା ଚେନ୍‌, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା । ରାସ୍ତାଘାଟ, ଟ୍ରେନ୍‌, ଶପିଂ ମଲ୍‌, ପାର୍କ, ସମୁଦ୍ର କୂଳ ଆଦି ଅନେକ ସ୍ଥାନରେ ସାଙ୍ଗସାଥିଙ୍କ ସହ ରୀଲ୍ସରେ ମାତୁଛନ୍ତି । ରିଲ୍ସ ଦ୍ୱାରା ସୋସିଆଲ ମିଡ଼ିଆରେ ଫେମସ୍ ହେବା ଯେମିତି ଏକ ପ୍ରକାର ନିଶା ପାଲଟି ଯାଇଛି । କିନ୍ତୁ ବେଳେ ବେଳେ ଏହି ରିଲ୍ସ କରିବା ମହଙ୍ଗ ପଡ଼ିଥାଏ । ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ରାସ୍ତାରେ ଜଣେ ମହିଳା ରିଲ୍ସ କରୁଥିବା ସମୟରେ ଚେନ୍ ଲୁଟର ଶିକାର ହୋଇଛନ୍ତିି । ଏହି ଘଟଣାର ସମସ୍ତ ଭିଡ଼ିଓ କ୍ୟାମେରାରେ କଏଦ ହୋଇଛି ।

ଏହି ଘଟଣା ହେଉଛି ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ଇନ୍ଦିରାପୁରମ ଥାନା ଅଧୀନ ଜ୍ଞାନଖଣ୍ଡ ଅଞ୍ଚଳର । ଏହି ଅଞ୍ଚଳରେ ଜଣେ ମହିଳା ରାସ୍ତାରେ ରିଲ୍ସ କରୁଥିଲେ । ସେ ଚାଲି ଚାଲି ଆସୁଥିବା ବେଳେ ତାଙ୍କର ଜଣେ ସାଥି ମୋବାଇଲରେ ସୁଟିଂ କରୁଥିଲେ । ଏହି ସମୟରେ ହଠାତ ବାଇକରେ ଜଣେ ଦୁବୃର୍ତ୍ତ ସାମ୍ନାରୁ ଆସି ଉକ୍ତ ମହିଳାଙ୍କ ବେକୁ ସୁନା ଚେନ୍ ଝାମ୍ପି ନେଇ ଏବଂ ଘଟଣାସ୍ଥଳରୁ ଫେରାର ହୋଇଥିଲା । ଏନେଇ ପୀଡ଼ିତା ମହିଳା ଜଣଙ୍କ ଥାନାରେ ଏକ ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ସୁନିତ ସୁମନ ନାମକ ଜଣେ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ।
ଇନ୍ଦିରାପୁରମର ଏସପି ସ୍ୱତନ୍ତ୍ର କୁମାର ସିଂହଙ୍କ କହିବାନୁଯାୟୀ ଉକ୍ତ ଅଞ୍ଚଳରେ ମହିଳା ଜଣଙ୍କ ସୁନା ଚେନ୍ ଲୁଟର ଶିକାର ହେବାର ଘଟଣା ସାମ୍ନାକୁ ଆସିଛି । ଏହାର ଭିଡ଼ିଓ ପୋଲିସକୁ ମିଳିଛି । ଏହି ମାମଲାର ତଦନ୍ତ ପାଇଁ ପୋଲିସ ୩ଟି ଦଳ ଗଠନ କରିଛି । ଶୀଘ୍ର ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯିବ । ଶେଷରେ ହୋଲି ସମୟରେ ରିଲ୍ସ କରୁଥିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ନିଜ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ । ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ ।

 

 

 

 

 

Get real time updates directly on you device, subscribe now.