fbpx

IPL 2024; ବୁମରାହଙ୍କୁ ମିଳିଲାନି Purple Cap… ଏହି ଖେଳାଳି ହାସଲ କଲେ ସିଜନର ପ୍ରଥମ Orange Cap

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିସାରିଛନ୍ତି । ଏହାପରେ ଆରମ୍ଭ ହୋଇଯାଇଛି ଆଇପିଏଲର ‘କ୍ୟାପ୍’ ପରମ୍ପରା । ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ମ୍ୟାଚ କେଳିବା ପରେ ସର୍ବାଧିକ ରନ୍ କରିଥିବା ବ୍ୟାଟରଙ୍କୁ ‘ଅରେଞ୍ଜ କ୍ୟାପ୍’ ଏବଂ ସର୍ବାଧିକ ୱିକେଟ ହାସଲ କରିଥିବା ବୋଲରଙ୍କୁ ‘ପର୍ପଲ କ୍ୟାପ୍’ ଦିଆଯାଏ । ତେବେ ଆଇପିଏଲର ତୃତୀୟ ଦିନରେ ସମସ୍ତ ଦଳ ନିଜର ପ୍ରଥମ ମ୍ୟାଚ ଖେଳି ସାରିଛନ୍ତି । ତେଣୁ ଏବେ ସିଜନର ପ୍ରଥମ ଅରେଞ୍ଜ କ୍ୟାପ୍ ଏବଂ ପର୍ପଲ କ୍ୟାପ୍ ୱିନର ପାଇଛି ଆଇପିଏଲ-୨୦୨୪ ।

ଆଇପିଏଲର ୧୭ ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର ଜଶପ୍ରୀତ ବୁମରାହ ପର୍ପଲ କ୍ୟାପ ପାଇବା ସୁଯୋଗ ହାତଛଡ଼ା କରିଛନ୍ତି । ପ୍ରଥମ ମ୍ୟାଚରେ ଗୁଜୁରାଟ ବିପକ୍ଷରେ ୩ଟି ୱିକେଟ ନିଜ ନାମରେ କରିଛନ୍ତି ବୁମରାହ । କିନ୍ତୁ ଏହାପରେ ମଧ୍ୟ ସେ ପର୍ପଲ କ୍ୟାପ୍ ଦୌଡ଼ରେ ଗୋଟିଏ ପାଦ ପଛରେ ରହିଛନ୍ତି । କାରଣ ରୋୟଲ ଚାଳେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବୋଲର ମୁସ୍ତାଫିଜୁର ରହମାନ ୪ଟି ୱିକେଟ ହାସଲ କରିଛନ୍ତି । ତେଣୁ ପ୍ରଥମ ମ୍ୟାଚରେ ପରେ ସେ ସର୍ବାଧିକ ୱିକେଟ ସହ ପର୍ପଲ କ୍ୟାପ୍ ଉପରେ କବଜା କରିଛନ୍ତି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ବୁମରାହ ରହିଥିବା ବେଳେ, ତୃତୀୟରେ ଟି ନଟରାଜନ(୩ ବନାମ କୋଲକାତା), ହର୍ଷିତ ରାଣା(୩ ବନାମ ହାଇଦ୍ରାବାଦ) ଏବଂ କୁଳଦୀପ(୨ ବନାମ ପଞ୍ଜାବ) ରହିଛନ୍ତି ।

ଅନ୍ୟ ପକ୍ଷରେ ଅରେଞ୍ଜ କ୍ୟାପ ରେସ୍ ଉପରେ ମଧ୍ୟ ଅପଡେଟ ସାମନାକୁ ଆସିଛି । ଏହି ଲିଷ୍ଟରେ ଶୀର୍ଷ ସ୍ଥାନରେ ରହିଛନ୍ତି ରାଜସ୍ଥାନ ରୋୟଲ୍ସର ଅଧିନାୟକ ସଞ୍ଜୁ ସାମସନ୍ । ସୁପର ଜିଆଣ୍ଟସ ବିପକ୍ଷ ପ୍ରଥମ ମ୍ୟାଚରେ ୮୨ ରନର ବିସ୍ଫୋରକ ଇନିଂସ ଖେଳି ଅରେଞ୍ଜ କ୍ୟାପକୁ ନିଜର କରିଛନ୍ତି ସଞ୍ଜୁ । ଏହି ମ୍ୟାଚରେ ୬ଟି ଛକା ଏବଂ ୧୫୭ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ସେ ୮୨ ରନ୍ କରିଛନ୍ତି । ଏହାସହିତ ବର୍ତ୍ତମାନ ସୁଦ୍ଧା ଆଇପିଏଲର ଚଳିତ ସିଜନ ପାଇଁ ସେ ସର୍ବାଧିକ ରନ୍ ସ୍କୋରର୍ ପାଲଟିଛନ୍ତି । ତେଣୁ ବର୍ତ୍ତମାନ ସାମସନଙ୍କୁ ଚଳିତ ସିଜନର ପ୍ରଥମ ଅରେଞ୍ଜ କ୍ୟାପ ପ୍ରଦାନ କରାଯାଇଛି । ଏହାପରେ ତାଲିକାରେ କୋଲକାତାର ଆନ୍ଦ୍ରେ ରସେଲ(୬୪), ସୁପର ଜିଆଣ୍ଟସର ନିକୋଲାସ ପୁରନ୍(୬୪), ହାଇଦ୍ରାବାଦର ହେନରିକ କ୍ଲାସେନ(୬୩) ଏବଂ ପଞ୍ଜାବର ସାମ୍ କରନ୍(୬୩) ସାମିଲ ରହିଛନ୍ତି ।

Get real time updates directly on you device, subscribe now.