fbpx

ମେ ୫ ତାରିଖରେ ନିଟ୍‍ ପରୀକ୍ଷା, ଓଡ଼ିଶାରୁ ପ୍ରାୟ ୬୫ ହଜାର ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନିଟ୍‍ ପରୀକ୍ଷା ଆସନ୍ତା ମଇମାସ ୫ ତାରିଖରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ନିଟ୍‍ ପରୀକ୍ଷା ଦେବା ଲାଗି ୨୩ ଲକ୍ଷ ୮୧ ହଜାର ୮୩୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଓଡ଼ିଶାରୁ ପାଖାପାଖି ୬୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଓଡ଼ିଆ ସହିତ ଅନ୍ୟ କେତେକ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ନିଟ୍‍ ପରୀକ୍ଷା ଦେଇପାରିବେ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କିଭଳି ପୋଷାକ ପିନ୍ଧି ଆସିବେ, ସେ ସମ୍ବନ୍ଧରେ ନିଟ୍‍ କର୍ତ୍ତୃପକ୍ଷ ନିର୍ଦ୍ଦେଶାବଳୀ ଗତକାଲି ଜାରି କରିଛନ୍ତି ।

ତେବେ ଅନ୍ୟବୃତ୍ତି ଅପେକ୍ଷା ଏହି ବୃତ୍ତିରେ ସମ୍ମାନ ଓ ଚାକିରି ସୁରକ୍ଷିତ ଥିବାରୁ ଡାକ୍ତର ହେବା ଅନେକଙ୍କର ପସନ୍ଦ ବୋଲି କହିଛନ୍ତି ବିଶେଷଜ୍ଞ । ଏମବିବିଏସ ଓ ବିଡିଏସ ପରି ମେଡିକାଲ ପାଠ୍ୟକ୍ରମରେ ସାରା ଭାରତରେ ପ୍ରାୟତଃ ୨ ଲକ୍ଷ ସିଟ୍ ରହିଛି । ଚଳିତବର୍ଷ ଏଥିରେ ନାମ ଲେଖାଇବାର ପ୍ରବେଶିକା ପରୀକ୍ଷା ନିଟରେ ଅନେକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ତେବେ ଗୋଟିଏ ସିଟ ପାଇଁ ବି ଏଥର କଡା ପ୍ରତିଯୋଗୀତା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.