fbpx

Big Breaking; ଭୟଙ୍କର ନିଆଁରେ ଜଳୁଛି ଫ୍ୟାକ୍ଟ୍ରି: ନିଆଁ ଲିଭାଇ ପାରୁନି ୩୪ ଦମକଳ ଗାଡ଼ି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ସ୍ଥାନୀୟ ଏକ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଯିବାରୁ ସ୍ତିତି ଅଣାୟତ୍ତ ହୋଇଛି । ଘଟଣାସ୍ଥଳରେ ପ୍ରାୟ ୩୪ଟି ଦମକଳ ଗାଡ଼ି ପହଞ୍ଚିଥିବା ବେଳେ ନିଆଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ୍ତ କରାଯାଇ ପାରିନାହିଁ । ତେବେ ଦମକଳ ବାହିନୀ ,ହାକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେପଟେ ଅଗ୍ନିକାଣ୍ଡ କୌଣସି କାରଣ ଜଣା ପଡ଼ିନାହିଁ କିମ୍ବା ଏଥିରେ କ୍ଷୟକ୍ଷତି ବିଷୟରେ ମଧ୍ୟ ଆକଳନ ହୋଇନାହିଁ ।

ତେବେ ଏ ନେଇ ପୋଲିସ ସୂଚନା ଦେଇଛି ଯେ, ଅଲୀପୁର ଅଞ୍ଚଳରେ ବୁଧପୁରର ଏକ ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗିଥିବା ନେଇ ଆଜି ସକାଳ ୬.୧୫ରେ ସୂଚନା ମିଳିଥିଲା । ଏହାପରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ୩୪ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଛନ୍ତି । ତେବେ ଏକ ତୈଳ ଏବଂ ହ୍ୱିଲପୁର୍ଲ ଗୋଦାମରେ ଏହି ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ୩୪ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଏଥିରେ ଏପର୍ଯ୍ୟନ୍ତ ସଫଳତା ମିଳି ପାରିନାହିଁ । ଏହାସହିତ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ଖବର ମଧ୍ୟ ମିଳିନାହିଁ ।

Get real time updates directly on you device, subscribe now.