fbpx

ପବିତ୍ର ଦୋଳ ପୂର୍ଣ୍ଣିମାରେ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ରାଜରାଜେଶ୍ୱର ବା ସୁନା ବେଶ ଅନୁଷ୍ଠିତ ହେବ । ରତ୍ନ ସିଂହାସନରେ ଶ୍ରୀଜିଉମାନେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପାଟବସ୍ତ୍ର ପିନ୍ଧିବା ସହ ୩୨ ପ୍ରକାରର ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି । ସକାଳ ଧୂପ ଶେଷ ହେବାପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ବିଜେ କରିବେ । ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ଅନୁଷ୍ଠିତ ହୋଇ ଅବିର ଖେଳ ହେବ । ଭକ୍ତ ମହାପ୍ରଭୁଙ୍କ ସହ ଫଗୁ ଖେଳର ସୁଯୋଗ ପାଇବେ ଭକ୍ତ ।  ପରେ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନୀ ସହ ଫଗୁ, ଅବିର ଖେଳ ମଧ୍ୟରେ ଠାକୁରଙ୍କ ବିମାନ ଦୋଳ ବେଦୀକୁ ବିଜେ କରିବା ସହ ରଙ୍ଗ ଖେଳ ନୀତି ହେବ । ତେବେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଦର୍ଶନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛିି ।

ସେହିପରି ସୋମବାର ପୂର୍ଣ୍ଣମୀ ତିଥିରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ଦୋଳବେଦିରେ ପୂଜା ପାଇବେ। ଏଥିସହିତ ରଥଖଳାରେ ଦୋଳ ଖେଳିବେ। ସେଠାରେ ଠାକୁର ଶ୍ରଦ୍ଧ‌ାଳୁଙ୍କ ଭୋଗ ଖାଇବେ। ଗୋଟିଏ ପଟେ ବିଶ୍ବନାଥ ମନ୍ଦିର ନିକଟରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମା’ ପାର୍ବତୀ ଓ ମା’ ଦୁର୍ଗା ଦୋଳବେଦିରେ ଝୁଲୁଥିବା ବେଳେ ସମ୍ମୁଖରେ ଦୋଳଗୋବିନ୍ଦ ଦୋଳବେଦିରେ ବସି ପୂଜା ପାଇବେ। ଶତାଧିକ ଭକ୍ତ ଆସି ଠାକୁରଙ୍କୁ ଚାଚେରି ଭୋଗ କରିବା ସହ ଫଗୁ ଲାଗି କରିବେ। ଏହି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ କରାଯିବ।

Get real time updates directly on you device, subscribe now.