fbpx
BJD
BJD SKY
BJD SKY

ଗାଈ ସହ ବିବାହ କଲେ ବୃଦ୍ଧ ମହିଳା! କହିଲେ ସ୍ୱାମୀ ନେଇଛନ୍ତି ପୁର୍ନଜନ୍ମ

BJD

ଭାରତ ଭଳି ଦୁନିଆର ଅନେକ ଦେଶରେ ପୁନର୍ଜନ୍ମକୁ ନେଇ ମାନ୍ୟତା ରହିଛି । ପୁନ୍ମର୍ଜନ କହିଲେ ଲୋକଙ୍କ ମାନ୍ୟତା ରହିଛି ଯେ କୌଣସି ମନୁଷ୍ୟ ଅନ୍ୟ ଏକ ରୂପରେ ଜନ୍ମ ନେଇଥାଏ । ବିଜ୍ଞାନ ଏବଂ ଆସ୍ଥା ମଧ୍ୟରେ ଏହି କଥା ଚର୍ଚ୍ଚାର ବିଷୟ ପାଲଟିଛି କିନ୍ତୁ ଅନେକ ଲୋକ ଏହି କଥାକୁ ସତ ବୋଲି ମାନିଥାନ୍ତି । କାମ୍ବୋଡିଆର ଜଣେ ମହିଳାଙ୍କ ସହ ନିକଟରେ କିଛି ଏଭଳି ଘଟଣା ଘଟିଛି । ଯେଉଁଠାରେ ଜଣେ ମହିଳା ଗୋଟିଏ ଗାଈକୁ ନିଜର ସ୍ୱାମୀ ବୋଲି ଭାବି ବିବାହ କରିଛନ୍ତି । ମହିଳାଙ୍କ କହିବା କଥା ତାଙ୍କ ସ୍ୱାମୀ ଗାଈ ରୂପରେ ପୁର୍ନଜନ୍ମ ନେଇଛନ୍ତି ।

କାମ୍ବୋଡିଆର କ୍ରାଟିର ବାସିନ୍ଦା ୭୪ ବର୍ଷୀୟ ଖିମ ହ୍ୟାଙ୍ଗ ଏବେ ଏଥିପାଇଁ ନିଜ ଅଞ୍ଚଳରେ ଖୁବ୍ ପ୍ରସିଦ୍ଧ । ମହିଳାଙ୍କ କହିବା ଅନୁଯାୟୀ ଗାଈ ପାଖରେ ସେ ସବୁ ଗୁଣ ରହିଛି ଯାହା ତାଙ୍କ ସ୍ୱାମୀଙ୍କ ନିକଟରେ ଥିଲା । ପ୍ରକୃତରେ ଯେତେବେଳେ ଗାଇଟି ଜନ୍ମ ନେଇଥିଲା ମହିଳା ତାଙ୍କ ସହ ଅନେକ ସମୟ ବିତାଉଥିଲେ । ସେତେବେଳେ ଗାଈ ତାଙ୍କ ହାତ ଏବଂ ଚେହେରାକୁ ଚାଟୁଥିଲା ଏବଂ ଅନେକ ଥର ତାଙ୍କ ମୁହଁକୁ ଗେଲ କରୁଥିଲା । ଖିମ କହିଛନ୍ତି ଗାଈ ତାଙ୍କୁ ସେହିଭଳି ଭାବେର ଭଲପାଉଛି ଯେଉଁଭଳି ଭାବରେ ତାଙ୍କ ସ୍ୱାମୀ ତାଙ୍କୁ ଭଲ ପାଉଥିଲେ । ତେଣୁ ସେ ବୁଝିଗଲେ ଯେ ଗାଈ ଆଉ କେହି ନୁହେଁ ବରଂ ତାଙ୍କ ସ୍ୱାମୀ ଯିଏ ପୁଣି ଫେରିଆସିଛନ୍ତି ।

ମହିଳା ଏବେ ଗାଈକୁ ତାଙ୍କ ସ୍ୱାମୀ ଭଳି ଭଲପାଇବା ଦେଉଛନ୍ତି, ତାଙ୍କର ଯତ୍ନ ନେଉଛନ୍ତି । ଗାଈ ଏବେ ତାଙ୍କ ସହ ଘରେ ରହୁଛି । ଖିମ ନିଜ ପିଲାଙ୍କୁ ମଧ୍ୟ ତାଙ୍କର ସେବା କରିବାକୁ କହୁଛନ୍ତି । ତାଙ୍କ ପିଲାମାନେ ମଧ୍ୟ ଏହି କଥାକୁ ବିଶ୍ୱାସ କରୁଛନ୍ତି ଯେ ଗାଈ ତାଙ୍କ ବାପା ବୋଲି ଏବଂ ତାଙ୍କର ସେବା ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.