fbpx

କୋର୍ଟ ବାହାରେ କାନ୍ଦି ପକେଇଲେ ତପସ୍ୱିନୀ: ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାମୀ ପାଖକୁ ଫେରିବା ପାଇଁ ଶାଶୁ ଘର ସାମ୍ନାରେ ଧାରଣାରେ ବସିଥିବା ତପସ୍ୱିନୀ ଆଜି ଶେଷରେ କୋର୍ଟ ସାମ୍ନାରେ କାନ୍ଦି ପକାଇଛନ୍ତି । ତପସ୍ୱିନୀ ମିଡିଆ ବାଲାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କାନ୍ଦି ପକାଇଥିଲେ । ବ୍ରହ୍ମପୁର ଏସଡିଜିଏମଙ୍କ କୋର୍ଟରେ ଉଭୟ ପକ୍ଷ ହାଜର ହୋଇଥିଲେ । ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ କୋର୍ଟ ତାଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି ତପସ୍ୱିନୀ । ଏହା ସହିତ ଶ୍ୱଶୁର ଘର ଲୋକ ଜାଣି ଶୁଣି ତାଙ୍କ ସ୍ୱାମୀଙ୍କୁ ଦୂରେଇ ରଖୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଆଜିର ଶୁଣାଣିକୁ ସୁମିତଙ୍କୁ ତାଙ୍କ ପରିବାର ଲୋକ ଆଣିନଥିଲେ । ସୁମିତଙ୍କ ପରିବାର ଲୋକ ଚାହୁଁନାହାନ୍ତି କି ମୋର ଓ ସୁମିତଙ୍କ ଭେଟ ହେଉ ବୋଲି, କାନ୍ଦି କାନ୍ଦି ଏମିତି ଅଭିଯୋଗ କରିବା ସହିତ କୋର୍ଟଙ୍କ ରାୟ ନ ମିଳିବା ଯାଏଁ ସେ ଉକ୍ତ ସ୍ଥାନରୁ ଉଠିବେ ନାହିଁ ବୋଲି କହିଛନ୍ତି ତପସ୍ୱିନୀ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.