fbpx
BSKY SKY
BSKY SKY

ଅକ୍ଷର ପଟେଲଙ୍କୁ ୫ ୱିକେଟ: ତୃତୀୟ ଦିନ ସୁଦ୍ଧା ଭାରତ ୬୩ ରନରେ ଆଗୁଆ

BSKY

ନୂଆଦିଲ୍ଳୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନର ଖେଳ ସମାପ୍ତ ହୋଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬୩ ରନର ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୧୬/୦ରୁ ଖେଳ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଭାରତୀୟ ସ୍ପିନରଙ୍କ ଜାଲରେ ଫସି ଯାଇଥିଲା । ତିନି ସ୍ପିନର ପରସ୍ପର ମଧ୍ୟରେ ୯ ୱିକେଟ ବାଣ୍ଟି ନେଇଥିଲେ । ଅକ୍ଷର ପଟେଲ ୬୨ ରନ ବ୍ୟୟରେ ୫ ୱିକେଟ ନେଇ ସବୁଠୁ ସଫଳ ବୋଲର ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ଲାଥାମ ସର୍ବାଧିକ ୯୫ ରନ କରିଥିବା ବେଳେ ୱିଲ ୟଙ୍ଗ ୮୯ ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା କାରଣରୁ ଦଳ ଭାରତରୁ ସ୍କୋର ଠାରୁ ୪୯ ରନ ପଛୁଆ ରହିଥିଲା ।

୧୧୬/୦ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ୧୫୧ରନରେ ପହଞ୍ଚିଥିଲା । ତେବେ ପ୍ରଥମ ୱିକେଟ ପତନ ପରେ ଗୋଟିଏ ପରେ ଗୋଟିଏ ୱିକେଟ ଝଡିବାରେ ଲାଗିଥିଲା । ଲାଥାମ ୨୮୨ ବଲ ଖେଳି ୧୦ ଚୌକା ସହିତ ୯୫ ରନ କରିଥିବା ବେଳେ ୟଙ୍ଗ ୨୧୪ ବଲ ଖେଳମି ୧୫ ଚୌକା ସହିତ ୮୯ ରନ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୬୨ ରନରେ ୫ଟି ଏବଂ ଆର. ଅଶ୍ୱିନ ୮୨ ରନରେ ୩ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ ଓ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୪୯ ରନର ଅଗ୍ରଣୀ ସହିତ ଇନିଂସ ଆରମ୍ଭ କରିଥିବା ଭାରତ ମାତ୍ର ୨ ରନରେ ପ୍ରଥମ ୱିକେଟ ହରାଇଥିଲା । ଶୁବମାନ ଗିଲ୍(୧) କାଇଲ ଜେମିସନଙ୍କ ବଲରେ ବୋଲ୍ଡ ହୋଇଥିଲେ । ଷ୍ଟମ୍ପ ଅପସାରଣ ସୁଦ୍ଧା ମୟଙ୍କ ଅଗ୍ରୱାଲ(୪) ଓ ଚେତେଶ୍ୱର ପୂଜାରା ୮ ରନ କରି ବ୍ୟାଟିଂ କରୁଛନ୍ତି ।

Get real time updates directly on you device, subscribe now.