fbpx

‘ଭଗବାନ ଶିବ ଟିକା ନେବାକୁ ମନା କରିଛନ୍ତି’, ଟିକାକରଣ ପାଇଁ ଯାଇଥିବା ଟିମକୁ ଏପରି କହିଲେ ମହିଳା

ଦେଶରେ କରୋନା ସହ ଲଢ଼ିବାକୁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପୂର୍ବ ଅପେକ୍ଷା ଏବେ ଟିକାକରଣ ଅଧିକ ତୀବ୍ର ହୋଇଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ପାଇଁ ଉଦମ୍ୟ କରାଯାଉଥିବା ବେଳେ କିଛି ସ୍ଥାନରେ ଟିକା ନେବାକୁ ଲୋକମାନେ ଅମଙ୍ଗ ହେଉଛନ୍ତି । କେବଳ ଅନ୍ଧବିଶ୍ୱାସ ଆଧାରରେ ଲୋକମାନେ ଟିକା ନେବାକୁ ମନା କରୁଛନ୍ତି । ସେହିପରି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଦୀର୍ଘଦିନ ହେବ କର୍ମଚାରୀମାନେ ଲୋକଙ୍କୁ ଟିକା ଦେବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ସେଠାରେ କିଛି ଲୋକ ଭଗବାନଙ୍କ ନାଁ ନେଇ ଟିକା ନେବାକୁ ମନା କରୁଛନ୍ତି ।

ଏହାରି ମଧ୍ୟରେ ନଥ୍ୟୁ ଢ଼ାନା ଅଞ୍ଚଳରେ ଜଣେ ମହିଳା ଏହିପରି କିଛି ବାହାନା କରିଛନ୍ତି । ଯେତେବେଳେ ମହିଳାଙ୍କୁ ଟିକା ନେବାକୁ କୁହାଯାଇଥିଲା, ସେବେ ସେ ସ୍ୱାସ୍ଥ୍ୟକର୍ମୀଙ୍କ ଟିମକୁ ଏକ ମନ୍ଦିର ନେଇ ଯାଇଥିଲେ । ମନ୍ଦିରରେ ସେ ଭଗବାନ ଶିବଙ୍କ ଉପରେ ହାତ ରଖି କହିଥିଲେ ଯେ, ‘ମାଲିକ ମୋତେ ଟିକା ନେବାକୁ ମନା କରିଛନ୍ତି ।’ ଏହା ଶୁଣି ଟିମର କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ମହିଳାଙ୍କୁ ଯେତେ ବୁଝାଇଲେ ବି ସେ ଟିକା ନେବାକୁ ମନା କରିଥିଲେ । ପରେ ମହିଳା ଜଣକ କର୍ମଚାରୀଙ୍କ ପାଦତଳେ ପଡ଼ି ଭୂମିରେ ଗଡ଼ିଥିଲେ । କର୍ମଚାରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଓ ସେମାନଙ୍କୁ ଟିକା ନ ଲଗାଇ ଫେରିଆସିଥିଲେ ।

Get real time updates directly on you device, subscribe now.