ପୁଣି ଆତ୍ମାହୁତି ଉଦ୍ୟମ, ପେଟ୍ରୋଲ ଢାଳି ନିଜକୁ ଜାଳି ଦେଲେ ମହିଳା

ପେଟ୍ରୋଲ ଢାଳି ନିଜକୁ ଜାଳି ଦେଲେ ମହିଳା

ନୂଆଦିଲ୍ଲୀ: ପେଟ୍ରୋଲ ଢାଳି ନିଜକୁ ଜାଳି ଦେଲେ ମହିଳା। ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ମହିଳା ଜଣକ ଉଦ୍ୟମ କରିଛନ୍ତି। ସୂଚନାନୁଯାୟୀ, ମହିଳାଙ୍କ ଶରୀରର ୭୦ ପ୍ରତିଶତ ଅଂଶ ପୋଡ଼ିଯାଇଛି।

ମହିଳାଜଣକ କାହିଁକି ଆତ୍ମାହୁତି ଦେବାକୁ ଚେଷ୍ଟା କରୁଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଏହି ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ସେପ୍ଟେମ୍ବର 2 ତାରିଖରେ ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।

କଂକ୍ରେଇଲୋ ଗାଁରେ ଏହି ଅଘଟଣ ଘଟିଥିଲା। ଗୁରୁତର ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କୁହାଯାଉଛି ଯେ, କିରୋସିନ ଢାଳି ନିଜକୁ ମହିଳା ଜାଳିଦେଇଛନ୍ତି। ପାରିବାରିକ କଳହରୁ କିରୋସିନ ଢାଳି ପ୍ରାଣହାରିବାକୁ ଉଦ୍ୟମ କରୁଥିଲେ ଏହି ମହିଳା।

ପ୍ରକାଶଥାଉ ଯେ,ଅଗଷ୍ଟ 29 ତାରିଖରେ ପାଣ୍ଡରା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଥିଲା। ଏଠାରେ ଜଣେ ଆଇନଜୀବୀ ଜୀବନ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ।

ସେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହୁତି ଦେଇଥିଲେ ବୋଲି କୁହାଯାଉଛି। ମୃତକ ହେଲେ ଦୀପକ କୁମାର ସାହୁ ଏବଂ ସେ ଜଣେ ଆଇନଜୀବୀ। ଖବର ପାଇ ମଞ୍ଚେଶ୍ବର ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନିଜ ଘର ଛାତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଛାତ ଉପରେ ଜଳିଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।