fbpx
BJD SKY
BJD SKY

(Video) ଦୋକାନୀ ଆଗରେ ହିଁ ସୁନା ହାର ସହ ବକ୍ସ ନେଇଗଲେ ମହିଳା: ଚୋରିର ଟେକନିକ୍ ଦେଖି ଆପଣଙ୍କର ବି ଉଡିଯିବ ହୋସ୍

BJD

ସୋସିଆଲ ମିଡିଆରେ ଚୋରି ଘଟଣା ସହ ଜଡ଼ିତ ଅନେକ ଭିଡିଓ ସେୟାର କରାଯାଉଛି । ସେଥିରେ ଚୋର ଅଲଗା ଅଲଗା ଟେକନିକରେ ଚୋରି କରୁଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହା ସହ ଜଡ଼ିତ ଏକ ଭିଡିଓ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମହିଳା ଅତି ସାବଧାନର ସହ ଦୋକାନୀ ଆଗରେ ହିଁ ସୁନା ହାର ଚୋରି କରିଥିବା ଦେଖିବାକୁ ମିଳିଛି । ଆଖି ପିଛୁଳାକେ ସେ ସୁନାହାର ସହ ବକ୍ସ ମଧ୍ୟ ସାଙ୍ଗରେ ନେଇ ଚାଲିଛନ୍ତି । ଭିଡିଓଟି ସୋସିଆଲ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ମହିଳା ଜୁଏଲରୀ ଦୋକାନକୁ ସୁନା କିଣିବାକୁ ଯାଇଛନ୍ତି । ସେ ଆଖିରେ କଳା ଚଷମା ଓ ମୁହଁରେ ମାସ୍କ ପିନ୍ଧିଛନ୍ତି । ଦୋକାନୀ ତାଙ୍କୁ ଗୋଟିଏ ଗୋଟିଏ କରି ସୁନା ହାର ଦେଖାଇବାରେ ଲାଗିଛନ୍ତି । ସୁବିଧା ଦେଖି ସେଥିରୁ ଗୋଟିଏ ବକ୍ସକୁ ମହିଳା ନିଜ କୋଳରେ ରଖିଦେଇଥିଲେ ଓ କିଛି ସମୟରେ ପରେ ସେଠାରୁ ଚାଲିଯାଇଥିଲେ । କିନ୍ତୁ ଦୋକାନରେ ଲାଗିଥିବା ସିସିଟିଭିରେ ଏସବୁ ରେକର୍ଡ ହୋଇଥିଲା । ଘଟଣାସ୍ଥଳର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହାକୁ ନେଇ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.