fbpx

ଚଳନ୍ତା ଟ୍ରେନରୁ ଛୁଆଙ୍କୁ ଫିଙ୍ଗିବା ପରେ ଡିଆଁ ମାରିଲେ ମହିଳା: ଦେଖନ୍ତୁ ଲୋମ ଟାଙ୍କୁରା Video

ଭାଇରାଲ୍: ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ବି ଚକିତ କରୁଛି । ସେହିପରି ନିକଟରେ ଉଜ୍ଜୈନ ରେଳ ଷ୍ଟେସନରୁ ଏକ ଲୋମ ଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସୁରକ୍ଷାବଳରେ ଥିବା କନଷ୍ଟେବଳ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି । ମହିଳା ଜଣକ ଟ୍ରେନ ଓ ପ୍ଲାଟଫର୍ମ ଭିତରେ ଫସିଥିବା ବେଳେ ଯବାନ ଜଣକ ଆସି ତାଙ୍କ ଜୀବନ ବଞ୍ଚାଇଥିଲେ ।

କେବଳ ଏତିକି ନୁହେଁ, ଭିଡିଓରେ ମହିଳା ଜଣକ ତାଙ୍କର ୨ ଛୁଆଙ୍କୁ ଟ୍ରେନରୁ ଫିଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି । ଯିଏ ବି ଏହି ଭିଡିଓକୁ ଦେଖୁଛି, ସେ ଆଶ୍ଚର୍ଯ୍ୟ ହେଉଛି । ଅନ୍ୟପଟେ ମହିଳାଙ୍କ ଜୀବନ ବଞ୍ଚାଇଥିବା କନଷ୍ଟେବଳଙ୍କୁ ମଧ୍ୟ ଚାରିଆଡୁ ପ୍ରଶଂସା ମିଳିଛି ।

ତେବେ ଟ୍ରେନରେ ଓହ୍ଲାଇବା ଓ ଚଢ଼ିବା ସମୟରେ କିଛି ଲୋକ ତରତର ଭାବେ କାମ କରନ୍ତି, ଯେଉଁ କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟିଯାଏ । କିନ୍ତୁ ଏହି ମହିଳାଙ୍କ ବିଷୟରେ କୁହାଯାଉଛି ଯେ, ସେ ଭୁଲ ଟ୍ରେନରେ ଚଢ଼ିଯାଇଥିଲେ । ମହିଳାଙ୍କୁ ଯେତେବେଳେ ଏବିଷୟରେ ଜଣାପଡିଲା, ସେତେବେଳେକୁ ଟ୍ରେନ୍ ଚାଲିବା ଆରମ୍ଭ କରିସାରିଥିଲା । ମହିଳା ଜଣକ ତୁରନ୍ତ ୨ ଛୁଆଙ୍କୁ ପ୍ଲାଟଫର୍ମକୁ ଫିଙ୍ଗିଥିଲେ ଓ ପରେ ନିଜେ ଟ୍ରେନରୁ ଡିଆଁ ମାରିଥିଲେ ।

କିନ୍ତୁ ଡିଆଁ ମାରୁଥିବା ବେଳେ ମହିଳାଙ୍କ ବାଲାନ୍ସ ବିଗିଡ଼ି ଯାଇଥିଲା । ସେ ଟ୍ରେନ୍ ଓ ପ୍ଲାଟଫର୍ମ ମଧ୍ୟରେ ଫସିଯାଇଥିଲେ । ଠିକ୍ ସେତିକିବେଳେ କନଷ୍ଟେବଳ ମହେଶ କୁଶୱାହା ସେଠାରେ ପହଞ୍ଚି ମହିଳାଙ୍କ ଜୀବନ ବଞ୍ଚାଇଦେଇଥିଲେ । ଦେଖନ୍ତୁ ଏହାର ଭିଡିଓ…

Get real time updates directly on you device, subscribe now.