fbpx

ଡିଭୋର୍ସ ପରେ ଫେରିଲେ ସାମନ୍ଥା: ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍

ନୂଆଦିଲ୍ଳୀ: ତେଲୁଗୁ ଇଣ୍ଡଷ୍ଟ୍ରୀର ଅନ୍ୟତମ ପ୍ରତିଭାଶାଳୀ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ପୁଣି ଥରେ ଚର୍ଚ୍ଚାରେ । ସାମନ୍ଥାଙ୍କ ଅପକମିଙ୍ଗ ଫିଲ୍ମ ଖୁସିର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ଅଭିନେତା ନାଗା ଚୈତନ୍ୟଙ୍କ ସହିତ ଡିଭୋର୍ସ ପରେ କୌଣସି ଫିଲ୍ମ ବିଷୟରେ ଘୋଷଣା କରିନଥିବା ବେଳେ ପ୍ରଥମ ଥର ପାଇଁ ଏହି ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ କରିଛନ୍ତି । ସୋମବାର ଏହି ଫିଲ୍ମର ଫାଷ୍ଟ ଲୁକ୍ ସାମ୍ ନିଜର ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି ।

ଏହି ଫାଷ୍ଟଲୁକ୍ ପୋଷ୍ଟରରେ ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥାଙ୍କୁ ବର ଓ କନିଆ ବେଶରେ ଦେଖିବାକୁ ମିଳିଛି । ତେବେ ପାରମ୍ପରିକ ଭାବରେ ନୁହନ୍ତି ବରଂ ଏକ ପାହାଡ ପାଖରେ ବସି ବିଜୟ ସିଗାରେଟ ପିଉଥିବା ବେଳେ ପାଖରେ ବସିଛନ୍ତି ସାମନ୍ଥା । ସମ୍ପର୍କକୁ ବାନ୍ଧି ରଖିବାକୁ ପ୍ରୟାସ ଦ୍ୱାରା କଣ କ୍ଷତି ହୋଇଥାଏ ତାହା ଦେଖିବାକୁ ମିଳିଛି ।

ଶିବା ନିର୍ବାଣ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଥମ ଥର ପାଇଁ ସାମନ୍ଥା ତାଙ୍କ ସହିତ କାମ କରୁଛନ୍ତି । ଏହା ପୂର୍ବରୁ ବିଜୟ ଦେବରକୋଣ୍ଡାଙ୍କ ସହିତ ୱାର୍ଲ୍ଡ ଫେମସ୍ ଲଭରରେ କାମ କରିଥିଲେ ଶିବା । ବିଜୟ-ଶିବାଙ୍କ ଦ୍ୱିତୀୟ ଆଉଟିଙ୍ଗ ଡିସେମ୍ବର୨୩, ୨୦୨୨ରେ ପରଦାକୁ ଆସିବ ।

Get real time updates directly on you device, subscribe now.