fbpx
BSKY
BJD MC SKY
BJD MS SKY

ଜିଭକୁ ଦୁଇ ଫାଳ କରିବା ସହ ଶରୀରରେ କରାଇଛନ୍ତି ୨୦ ପ୍ରକାର ପରିବର୍ତ୍ତନ, ଲୋକେ ଡାକୁଛନ୍ତି କ୍ୟାଟ୍ ଲେଡି

ନୂଆଦିଲ୍ଲୀ: ଇଟାଲୀର ରୋମ୍‌ରେ ରହୁଥିବା ଜଣେ ଯୁବତୀ ନିଜ ଶରୀରରେ ଏତେ ପରିବର୍ତ୍ତନ କରିଛନ୍ତି ସେ ଏବେ ଆଉ ମଣିଷ ପରି ନୁହେଁ ବିଲେଇ ପରି ନଜର ଆସୁଛନ୍ତି । ସେ ନିଜ ଶରୀରରେ ୨୦ ପ୍ରକାର ପରିବର୍ତ୍ତନ କରିଛନ୍ତି । ଯୁବତୀଙ୍କ ନାମ କିଆରା ଡେଲ୍ ଏବେଟ୍ । ସେ ସର୍ବଦା ବିଲେଇ ପରି ଦେଖାଯିବାକୁ ଚାହୁଁଥିଲେ । ଏହି କାରଣରୁ ସେ ନିଜ ଶରୀରରେ ଏପରି ପରିବର୍ତ୍ତନ କରିଛନ୍ତି । ଯୁବତୀ ଟିକଟକ୍‌ରେ ନିଜ ଭିଡିଓ ପୋଷ୍ଟ କରିଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କ ଭିଡିଓକୁ ମିଲିଅନ୍ ଲୋକ ଦେଖିସାରିଲେଣି । ତେବେ ଯୁବତୀ ନିଜର ଏପରି ଆଚରଣ ଲାଗି ଜୋରଦାର ଟ୍ରୋଲ ହେବାରେ ଲାଗିଛନ୍ତି ।

କିନ୍ତୁ କିଆରା କହିଛନ୍ତି ଏହି ଅଜବ ଲାଇଫଷ୍ଟାଇଲ ପାଇଁ ତାଙ୍କୁ କୌଣସି ସମସ୍ୟା ହେଉନାହିଁ । ସେ ନିଜକୁ କ୍ୟାଟ୍ ଲେଡି ବୋଲି କହୁଛନ୍ତି । ୨୨ ବର୍ଷୀୟା କିଆରା କହୁଛନ୍ତି ୧୧ ବର୍ଷ ବୟସରୁ ସେ ନିଜ ଶରୀରରେ ଏପରି ପରିବର୍ତ୍ତନ କରିବା ଆରମ୍ଭ କରିଦେଇଥିଲେ । ସେତେବେଳେ ସେ ପ୍ରଥମେ ବଡି ପିୟରସିଂ ଓ ଷ୍ଟ୍ରେଚିଂ କରାଉଥିଲେ । ଏହାର ୫ ବର୍ଷ ପରେ ସେ ନିଜ ଶରୀରରେ ୭୨ ପିୟରସିଂ କରାଇଛନ୍ତି । ସେ ନିଜ ଜିଭକୁ ଦୁଇଭାଗ କରିଦେଇଛନ୍ତି । ମୁଣ୍ଡରେ ଦୁଇଟି ସିଙ୍ଗ ବି କରିଛନ୍ତି । ଏହା ବ୍ୟତିତ ତାଙ୍କ ମୁଣ୍ଡ ଓ ନାକରେ ଅନେକ ଗୁଡିଏ ପିୟରସିଂ ରହିଛି ।

Get real time updates directly on you device, subscribe now.