fbpx

କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛି ନୂଆବର୍ଷ, ଭାରତରେ ବଢ଼ିବ ସବୁଠାରୁ ଅଧିକ ଦରମା

Advertisement

ନୂଆଦିଲ୍ଲୀ: ଭାରତୀୟ କର୍ମଚାରୀଙ୍କ ପାଇଁ ନୂଆ ବର୍ଷ ବହୁତ ଭଲ ବୋଲି ପ୍ରମାଣିତ ହେବାକୁ ଯାଉଛି । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ଭାରତରେ କର୍ମଚାରୀଙ୍କ ଦରମାରେ ତୀବ୍ର ବୃଦ୍ଧି ଘଟିବ । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ସମଗ୍ର ଏସିଆ ପ୍ରଶାନ୍ତ ମହାସାଗରରେ ନୂଆ ବର୍ଷରେ ସର୍ବାଧିକ ବେତନ ବୃଦ୍ଧି କେବଳ ଭାରତରେ ଘଟିବ ।

ଏତିକି ବଢ଼ିପାରେ ଦରମା :-

ଇକୋନୋମିକ୍ ଟାଇମ୍ସର ଏକ ଖବରରେ ଡବ୍ଲୁଟିଡବ୍ଲୁ ଦରମା ବଜେଟ୍ ଯୋଜନା ରିପୋର୍ଟ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ଭାରତରେ କର୍ମଚାରୀଙ୍କ ଦରମା ୯.୮ ପ୍ରତିଶତ ବୃଦ୍ଧି ହୋଇପାରେ । ଶ୍ରମ ବଜାରରେ କଠିନ ପରିସ୍ଥିତି ଏବଂ ଉଚ୍ଚ ମୁଦ୍ରାସ୍ଫୀତି ହେତୁ କମ୍ପାନୀଗୁଡିକ ଆସନ୍ତା ବର୍ଷ ସେମାନଙ୍କ ଦରମା ବଜେଟ୍ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି କରିପାରନ୍ତି ।

ଏହି କ୍ଷେତ୍ରଗୁଡିକରେ ସର୍ବାଧିକ ଲାଭ :-

ରିପୋର୍ଟ ଅନୁଯାୟୀ, ଟେକ୍ନୋଲୋଜି, ମିଡିଆ, ଗେମିଂ, ଆର୍ôଥକ ସେବା ଏବଂ ଖୁଚୁରା କ୍ଷେତ୍ରର କର୍ମଚାରୀମାନେ ଅଧିକ ଲାଭବାନ ହେବାକୁ ଯାଉଛନ୍ତି । ୨୦୨୪ ରେ ଏହି କ୍ଷେତ୍ରଗୁଡିକରେ କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ ବୃଦ୍ଧି ହୋଇପାରେ । ଏହି କ୍ଷେତ୍ରଗୁଡିକର କମ୍ପାନୀଗୁଡିକ କହିଛନ୍ତି ଯେ ପ୍ରତିଭାର ଚାହିଦା ସ୍ଥିର ରହିଥାଏ । ଏହି କାରଣରୁ ଆସନ୍ତା ବର୍ଷ ଦରମା ବୃଦ୍ଧି ଏହି ବର୍ଷ ଅପେକ୍ଷା ଅଧିକ ହେବ ।

ଏହି ବର୍ଷ ଠାରୁ ଅଧିକ ଅଭିବୃଦ୍ଧି ଆଶା କରାଯାଉଛି :-

ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ଏବଂ ବୀମା ଅର୍ଥାତ ବିଏଫଏସଆଇ କ୍ଷେତ୍ରରେ ଚଳିତ ବର୍ଷ ଦରମା ବୃଦ୍ଧି ୯.୮ ପ୍ରତିଶତ ହୋଇଥିବାବେଳେ ଖୁଚୁରା କ୍ଷେତ୍ରରେ ଏହି ବର୍ଷ ଦରମା ୯.୮ ପ୍ରତିଶତ ବୃଦ୍ଧି ପାଇଛି । ଆସନ୍ତା ବର୍ଷ ସେମାନଙ୍କ ପାଇଁ ପ୍ରୋଜେକସନ ୧୦ ପ୍ରତିଶତ । କ୍ୟାପ୍ଟିଭ୍ ସେକ୍ଟରରେ ଚଳିତ ବର୍ଷ ୯.୮ ପ୍ରତିଶତ ବୃଦ୍ଧି ତୁଳନାରେ ଆସନ୍ତା ବର୍ଷ ଦରମା ୯.୯ ପ୍ରତିଶତ ବୃଦ୍ଧି ହୋଇପାରେ ।

ଅନ୍ୟ ଦେଶ ପାଇଁ ଅଭିବୃଦ୍ଧି ଆକଳନ :-
୨୦୨୪ ମସିହାରେ ଭାରତରେ ଆଶା କରାଯାଉଥିବା ମଜୁରୀ ବୃଦ୍ଧି ସମଗ୍ର ଏସିଆ ପ୍ରଶାନ୍ତ ମହାସାଗରରେ ସର୍ବାଧିକ ରହିବ । ରିପୋର୍ଟର ଆକଳନ ଅନୁଯାୟୀ, ୨୦୨୪ ମସିହାରେ ଭାରତ ବ୍ୟତୀତ ଏସିଆ ପ୍ରଶାନ୍ତ ମହାସାଗରୀୟ ପ୍ରମୁଖ ବଜାରରେ ଭିଏତନାମରେ ଦରମା ୮ ପ୍ରତିଶତ ବୃଦ୍ଧି କରାଯାଇପାରେ । ଚୀନ ପାଇଁ ୬ ପ୍ରତିଶତ, ଫିଲିପାଇନ୍ସ ପାଇଁ ୫.୭ ପ୍ରତିଶତ ଏବଂ ଥାଇଲ୍ୟାଣ୍ଡ ପାଇଁ ୫୦ ପ୍ରତିଶତ ଦରମା ବୃଦ୍ଧି ହେବାର ପୂର୍ବାନୁମାନ କରାଯାଇି ।

Get real time updates directly on you device, subscribe now.