ଜଣେ ମହିଳାଙ୍କ ପାଇଁ ମା’ ହେବା ହୁଏତ ସବୁଠୁ ବଡ଼ ଉପଲବ୍ଧି । କିନ୍ତୁ ଅନେକ ସମୟରେ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରୁ ମହିଳାମାନେ ମା’ ହେବା ସୁଖରୁ ବଞ୍ଚିତ ହୋଇଥାନ୍ତି । ଏବେ ଏଭଳି କିଛି ଘଟିଛି ୟୁକ୍ରେନର ଇରିନା ଲିତାବିନୋଭାଙ୍କ କ୍ଷେତ୍ରରେ । ଆଉ ତାଙ୍କର ମା’ ହେବା ଉପରେ ବାଧା ସାଜିଛି ଋଷ-ୟୁକ୍ରେନ ଯୁଦ୍ଧ ।
ପ୍ରକୃତରେ ଇରିନା ମା’ ହେବା ପ୍ରାୟ ୩୦୦୦ କିଲୋମିଟର ଦୂରରୁ ନିଜ ପତିଙ୍କ ସ୍ପର୍ମ ମଗାଇବାକୁ ଚାହୁଛନ୍ତି । ସେ ଆଇଭିଏଫ୍ ଟେକ୍ନୋଲୋଜୀ ଦ୍ୱାରା ମା’ ହେବାକୁ ଚାହୁଛନ୍ତି । ତାଙ୍କ ପତି ଅନ୍ୟ ଦେଶରେ ରହୁଛନ୍ତି । ମହିଳାଙ୍କ କହିବା ଅନୂଯାୟୀ ସମୟ ବିତିବା ସହ ତାଙ୍କର ମାତୃତ୍ୱ ଲାଭ କରିବାର ସମ୍ଭାବନା କମ୍ ହେବାରେ ଲାଗିଛି ।
୩୭ ବର୍ଷୀୟ ମହିଳାଙ୍କ ନାମ ଇରିନା ଲିତାବିନୋଭା ୟୁକ୍ରେନର ବାସିନ୍ଦା । ଦେଶରେ ହେଉଥିବା ଯୁଦ୍ଧ କାରଣରୁ ତାଙ୍କୁ ବ୍ରିଟେନରେ ଶରଣାର୍ଥୀ ଭାବରେ ରହିବାକୁ ପଡ଼ୁଛି । ଯେତେବେଳେକି ତାଙ୍କ ପତି ୟୁକ୍ରେନର ସର୍ଜିରେ ଅଛନ୍ତି । ୟୁକ୍ରେନ ଛାଡ଼ିବା ପୂର୍ବରୁ ଇରିନା ଏମ୍ବ୍ରିଆ ଫ୍ରିଜିଂ କରାଇଥିଲେ । ଏହା ଏକ ଏଭଳି ଚିକିତ୍ସା ପ୍ରକ୍ରିୟା ଯେଉଁଥିରେ ଭ୍ରୂଣକୁ ପ୍ରିଜର୍ଭ କରି ରଖାଯାଏ । କିନ୍ତୁ ଯୁଦ୍ଧ ମାହୋଲରେ ଇରିନା ଏହାକୁ ନିଜ ସହ ବ୍ରିଟେନ ନେଇପାରିନଥିଲେ ।
ଇରିନା ଏବେ ମା’ ହେବାକୁ ଚାହୁଛନ୍ତି ଏବଂ ୟୁକ୍ରେନରୁ ସ୍ପର୍ମ ଆଣିବାକୁ ଚାହୁଛନ୍ତି । ଦେଶରେ ଜାରି ଯୁଦ୍ଧ ଯୋଗୁଁ ସେ ଭ୍ରୂଣକୁ ମାଗାଇ ପାରୁନାହାଁନ୍ତି । ସେ ଏନେଇ କହିଛନ୍ତ ଯେ ସେ ଆଶାବାଦୀ ଖୁବଶୀଘ୍ର ୨୮୧୬ କିଲୋମିଟର ଦୂର ୟୁକ୍ରେନରୁ ସ୍ୱାମୀଙ୍କ ସ୍ପର୍ମ ମଗାଇବାରେ ସଫଳ ହେବେ ।
‘ଦ ମିରର’ର ଏକ ରିପୋର୍ଟ ଅନୂଯାୟୀ, ଇରିନା ଏଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରୋନର ନିମ୍ନ ସ୍ତରରେ ପୀଡ଼ିତ ଅଛନ୍ତି, ଋଷର ଆକ୍ରମଣ ସମୟରେ ଆଇଭିଏଫରେ ପ୍ରକ୍ରିୟାରେ ରହିଥିଲେ । ୨୦୧୬ ରେ ଜନ୍ମ ନେବା ପରେ ତାଙ୍କର ପ୍ରଥମ ସନ୍ତାନର ମୃତ୍ୟୁ ହୋଇଥିଲା ।