fbpx
BJD SKY
BJD SKY

ଧୂମପାନ ବେଳେ ରୋକିବାରୁ ମାଡ଼ମାରି ମହିଳାଙ୍କ ନାକ ଫଟାଇଦେଲେ ବ୍ୟାଙ୍କ କର୍ମଚାରୀ, ଅଟୋ ଭିତରେ ଟାଣୁଥିଲେ ସିଗାରେଟ୍

BJD

ଫରିଦାବାଦ୍: ଜଣେ ମହିଳାଙ୍କୁ ମାରି ତାଙ୍କ ନାକ ଫଟାଇ ଦେଇଛନ୍ତି ଏକ ଘରୋଇ ବ୍ୟାଙ୍କର କର୍ମଚାରୀ । ମାଡ଼ ମାରିବାର କାରଣ ହେଉଛି ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କୁ ଅଟୋ ଭିତରେ ସିଗାରେଟ୍ ଟାଣୁଥିବାରୁ ରୋକିଥିଲେ । ଏହି କଥାରେ ରାଗିଯାଇ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ବ୍ୟାଙ୍କ କର୍ମଚାରୀ । ଏନେଇ ବୁଧବାର ଦିନ ସୂଚନା ଦେଇଛି ପୋଲିସ୍ ।

ଅଭିଯୁକ୍ତ ଜଣକ ହେଉଛନ୍ତି ଭାସୁ ସିଂହ । ଏହି ଘଟଣା ଫରିଦାବାଦ୍ ରୁ ସାମନାକୁ ଆସିଛି । ପୋଲିସ୍ ଉକ୍ତ ଅଭିଯୁକ୍ତକୁ ଗିରଫ କରିବା ପରେ ଜାମିନ୍ ରେ ସେ ମୁକୁଳିଛନ୍ତି । ଆକ୍ରମଣର ଶିକାର ହୋଇଥିବା ମହିଳା ଜରକ ହେଉଛନ୍ତି ସୁମନ୍ ଲତା । ସେ ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି ।

ଲତା ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ଯେ, ସୋମବାର ଦିନ ସନ୍ଧ୍ୟାରେ ସେ ଘରକୁ ଫେରୁଥିଲେ । ସେ ଏକ ଅଟୋରେ ଘରକୁ ଫେରୁଥିଲେ । ଅଧା ରାସ୍ତାରେ ଗୋଟିଏ ଦମ୍ପତି ଉକ୍ତ ଅଟୋରେ ଚଢ଼ିଥିଲେ । ଏହି ସମୟରେ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ଜଣକ ଚଳନ୍ତା ଅଟୋରେ ସିଗାରେଟ୍ ଟାଣିବାକୁ ଲାଗିଲେ । ଏହା ଦେଖି ଲତା ତାଙ୍କୁ ରୋକିଥିଲେ ।

ଉକ୍ତ ବ୍ୟକ୍ତି ଜଣକ କହିବା ପରେ ବି ସିଗାରେଟ୍ ନ ଫିଙ୍ଗିବାରୁ ଲତା ନିଜେ ତାଙ୍କ ମୁହଁରୁ ସିଗାରେଟ୍ ଟିକୁ ଟାଣି ଫିଙ୍ଗିଦେଇଥିଲେ । ଏହି କଥାରେ ଭାସୁ ସିଂହ ତାଙ୍କୁ ମୁହଁକୁ ଏକ ମୁଥ ମାରିଥିଲେ ଯାହାଫଳରେ ମହିଳାଙ୍କ ନାକ ଫାଟିଯାଇଥିଲା । ଦୁଇଥର ମହିଳାଙ୍କ ମୁହଁକୁ ମୁଥ ମାରିଥିବା ଲତା କହିଛନ୍ତି । ଏହାପରେ ଅଟୋ ଡ୍ରାଇଭର୍ ଗାଡ଼ି ରଖିଥିଲା ଓ ଲତା ଏନେଇ ପୋଲିସ୍ ଏବଂ ନିଜ ପରିବାରକୁ ଏ ସମ୍ପର୍କରେ ଜଣାଇଥିଲେ ।

 

Get real time updates directly on you device, subscribe now.