fbpx

ଦେଶର ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିବ, ଆସନ୍ତା ୬ ମାସ ମଧ୍ୟରେ ମହଙ୍ଗା ହଟିବ: RBI

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପଦକ୍ଷେପ ନେଇଛି । ଏଥିପାଇଁ ରେପୋ ରେଟକୁ ଆରବିଆଇ ଅପରିବର୍ତ୍ତିତ ରଖିଛି । ସେହିପରି ରିଭର୍ସ ରେପୋ ରେଟ୍, ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି (ଏମଏସଏଫ) ଓ ବ୍ୟାଙ୍କ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ରେପୋ ରେଟ ୪ ପ୍ରତିଶତ, ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ, ଏମଏସଏଫ ଓ ବ୍ୟାଙ୍କ ରେଟ୍ ୪.୨୫ ପ୍ରତିଶତରେ ସ୍ଥିର ରହିଛି । ଆରବିଆଇର ପ୍ରଥମ ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏନେଇ ଘୋଷଣା କରାଯାଇଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ୨୦୨୨-୨୩ ଆର୍ôଥକ ବର୍ଷରେ ଜିପିପି ଅଭିବୃଦ୍ଧି ୭.୮ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ୨୦୨୧-୨୨ରେ ମହଙ୍ଗା ୫.୩ ପ୍ରତିଶତ ରହିବା ସହ ୨୦୨୨-୨୩ରେ ୪.୫ ପ୍ରତିଶତ ରହିବା ଅନୁମାନ କରାଯାଉଛି । ୨୦୨୨-୨୩ରେ ଦେଶର ଡିଜିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ନେଇ ଲକ୍ଷ୍ୟ ରଖାଯାଇଛି । ଆର୍ଥିକ ବର୍ଷର ୬ ମାସ ପରେ ମହଙ୍ଗା ମାଡ଼ରୁ ନିସ୍ତାର ମିଳିବ । ଭାରତ ସବୁଠାରୁ ବଡ଼ ଅର୍ଥନୀତି ଭାବେ ଆଗକୁ ଦ୍ରୁତଗତିରେ ଆଗେଇବ । ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତର ରିକଭରୀ ଅଲଗା ପ୍ରକାରରେ ହେଉଛି । ଭାରତର ଅଭିବୃଦ୍ଧି ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ମଧ୍ୟ ପୂର୍ବାନୁମାନ କରାଯାଇଛି । କୋଭିଡ ମହମାରୀ ପରେ ଦେଶର ପରିସ୍ଥିତି ବିଗିଡ଼ିଥିଲେ ହେଁ ବୃହତ୍ ବ୍ୟବଧାରେ ଟିକାକରଣ, ଆର୍ଥିକ ସହାୟତା ଫଳରେ ସବୁ ସମସ୍ୟା ଦୂର ହୋଇ ପାରିଛି ।

Get real time updates directly on you device, subscribe now.