fbpx

୨୦୨୨ରେ କେବେ-କେତୋଟି ସୂର୍ଯ୍ୟପରାଗ ଓ ଚନ୍ଦଗ୍ରହଣ ଲାଗିବ ଜାଣନ୍ତୁ, ଆପଣଙ୍କ ଉପରେ ପଡ଼ିପାରେ ପ୍ରଭାବ

ନୂଆଦିଲ୍ଲୀ: ଉଭୟ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ରରେ ସୂର୍ୟ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣର ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଜ୍ୟୋତିର୍ବିଜ୍ଞାନୀମାନେ ଏହି ଚନ୍ଦ୍ରଗ୍ରହଣ ସମ୍ପର୍କରେ ସୂଚନା ପାଇବା ପାଇଁ ଅପେକ୍ଷା କରୁଥିବାବେଳେ, ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣକୁ ଅପ୍ରୀତିକର ବୋଲି ବିବେଚନା କରାଯାଏ । ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ଜୀବନ ଉପରେ ବଡ ପ୍ରଭାବ ପକାଇଥାଏ । ତେବେ ଚଳିତ ବର୍ଷ ସମ୍ପର୍କରେ ଯଦି କହିବା ତାହେଲେ ୨୦୨୨ରେ ସମୁଦାୟ ୪ ଟି ଗ୍ରହଣ ଲାଗିବ । ସେଥିମଧ୍ୟରୁ ୨ଟି ହେଉଛି ସୂର୍ୟ୍ୟ ପରାଗ ଏବଂ ୨ଟି ହେଉଛି ଚନ୍ଦ୍ରଗ୍ରହଣ ।

ବର୍ଷର ପ୍ରଥମ ଗ୍ରହଣ ସୂର୍ଯ୍ୟ ପରାଗ ହେବ । ଏପ୍ରିଲ୍ ୩୦ ତାରିଖ ଦ୍ୱିପହର୧୨ଟା ୧୫ ମିନିଟ୍ ରୁ ସନ୍ଧ୍ୟା ୪ଟା ୭ ମିନିଟ୍ ପର୍ଯ୍ୟନ୍ତ ରହିବ । ଏହା ଖୁବ୍ ଆଂଶିକ ହେବ । ଭାରତରେ ଏହାର ପ୍ରଭାବ ବେଶି ରହିବ ନାହିଁ ।

ବର୍ଷର ଦ୍ୱିତୀୟ ଗ୍ରହଣ ଚନ୍ଦ୍ର ଗ୍ରହଣ ହେବ । ୨୦୨୨ର ପ୍ରଥମ ଚନ୍ଦ୍ର ଗ୍ରହଣ ମେ ୧୬ ତାରିଖରେ ଲାଗିବାକୁ ଯାଉଛି । ଏହା ସକାଳ ୭ଟା ୦୨ ମିନିଟ୍ ରୁ ଦ୍ୱିପହର ୧୨ଟା ୨୦ ମିନିଟ୍ ପର୍ଯ୍ୟନ୍ତ ରହିବ । ପ୍ରଥମ ସୂର୍ଯ୍ୟପରାଗର ପ୍ରଭାବ ଭଳି ଚନ୍ଦ୍ର ଗ୍ରହଣର ପ୍ରଭାବ ମଧ୍ୟ ଭାରତରେ ଆଂଶିକ ରହିବ । ଏହାର ସୂତକ କାଳ ମାନ୍ୟ ହେବ ନାହିଁ ।

୨୦୨୨ର ପ୍ରଥମ ତୃତୀୟ ଗ୍ରହଣ ବା ଦ୍ୱିତୀୟ ସୂର୍ଯ୍ୟ ଗ୍ରହଣ ଅକ୍ଟୋବର ୨୫ ତାରିଖରେ ଲାଗିବ । ଏହା ଆଂଶିକ ହେବାକୁ ଥିବା ବେଳେ ସନ୍ଧ୍ୟା ୪ଟା ୨୯ ମିନିଟ୍ ରୁ ୫ଟା ୪୨ ମିନିଟ୍ ପର୍ଯ୍ୟନ୍ତ ଲାଗିବ ।

ଆଉ ବର୍ଷର ଶେଷ ଗ୍ରହଣ ବା ଦ୍ୱିତୀୟ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ତାରିଖରେ ହେବାକୁ ଯାଉଛି । ଏହା ଦ୍ୱିପହର ୧ଟା ୩୨ରୁ ସନ୍ଧ୍ୟା ୭ଟା ୨୭ ମିନିଟ୍ ପର୍ଯ୍ୟନ୍ତ ରହିବ । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ଓ ଭାରତରେ ବି ଦେଖାଯିବ । ଏହର ସୁତ କାଳ ମାନ୍ୟ ହେବ ।

Get real time updates directly on you device, subscribe now.