fbpx

ଦେଖନ୍ତୁ ଦେଶର ଡିଜିଟାଲ୍ ଭିକାରୀ, ବେକରେ ଲଗାଇ ବୁଲୁଛନ୍ତି କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ଆମ ଦେଶରେ ଆପଣ ମାନଙ୍କୁ ଅନେକ ସଂଖ୍ୟାରେ ଭିକାରୀ ଦେଖିବାକୁ ମିଳିଥିବେ । ଗୋଟିଏ କି ଦୁଇଟି ନୁହେଁ ବରଂ ପ୍ରାୟତଃ ସମସ୍ତ ସହରରେ ଭିକାରୀ ମାନେ ନଜର ଆସିଥାନ୍ତି । କିନ୍ତୁ ବର୍ତ୍ତମାନର ସମୟ ବଦଳିଗଲାଣି । ଆଗରୁ ଭିକାରୀଙ୍କୁ ପଇସା ଦେବା ସମୟରେ ଖୋଲା ପଇସା ନାହିଁ, ପର୍ସ ଘରେ ଛାଡିଦେଇଛି ,ପରି ଅନେକ କଥା କହି ଲୋକମାନେ ବାହାନା କରି ଚାଲିଯାଉଥିଲେ । ହେଲେ ସମୟ ବଦଳିବା ସହିତ ଭିକାରୀ ମାନେ ମଧ୍ୟ ଭିକ ମାଗିବା ପ୍ରଣାଳୀରେ ପରିବର୍ତ୍ତନ କରିସାରିଲେଣି । ଏବେ ଭିକାରୀଙ୍କ ପାଖରେ ବି ଅନଲାଇନ୍ ପେମେଣ୍ଟ୍ ଅପସନ୍ ରହିଛି । ବିହାରର ବୋତିଆ ଜିଲ୍ଲାରେ ରହୁଥିବା ରାଜୁ ପଟେଲ୍ ନାମକ ଜଣେ ଭିକାରୀ ଅନଲାଇନ୍ ପେମେଣ୍ଟ୍ କୁ ନେଇ ଚର୍ଚ୍ଚାକୁ ଆସିିଛନ୍ତି । ସେ ବେକରେ କ୍ୟୁଆର୍ କୋଡ୍ ଲଗାଇ ବୁଲୁଛନ୍ତି ।

ସୂଚନା ଯେ, ଏହି ବ୍ୟକ୍ତି ଫୋନ୍ ପେ ଜରିଆରେ ପେମେଣ୍ଟ୍ ସ୍ୱୀକାର କରୁଛନ୍ତି । ଡିଜିଟାଲ୍ ପେମେଣ୍ଟ୍ ଜରିଆରେ ସେ ଭିକ ନିଅନ୍ତି । ତେଣୁ ଆପଣ ତାଙ୍କ ଆଗରେ କୌଣସି ବାହାନା କରିପାରିବେ ନାହିଁ । ତେବେ ସୋସିଆଲ୍ ମିଡିଆ ୟୁଜର୍ ମାନେ ଏହାକୁ ନେଇ ମଜାଦାର୍ ପ୍ରତିକ୍ରୟା ଦେବାରେ ଲାଗିଛନ୍ତି ।

Get real time updates directly on you device, subscribe now.