fbpx
BJD SKY
BJD SKY

ଫରେଷ୍ଟ୍ ରେଞ୍ଜ ଅଫିସରଙ୍କ ଘରେ ବଡ଼ ଧରଣର ରେଡ୍, ଏକାକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି

BJD

କନ୍ଧମାଳ(ଓଡ଼ିଶା ଭାସ୍କର): କନ୍ଧମାଳ କ.ନୂଆଗାଁ ଫରେଷ୍ଟ୍ ରେଞ୍ଜ ଅଫିସର୍ ଙକ ଘରେ ରେଡ୍ କରାଯାଇଛି । ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ କରାଯାଇଛି ଚଢ଼ାଉ । ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଏକକାଳୀନ ଚଢ଼ାଉ ଜାରି ରହିଛି । କ.ନୂଆଗାଁ ସରକାରୀ ବାସଭବନ ଓ ଅଫିସରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ । ଭଞ୍ଜନଗର ଲଣ୍ଡେଇସାହିରେ ଥିବା ବାସଭବନରେ ଚାଲିଛି ରେଡ୍ । ଏହା ବ୍ୟତୀତ ଭଞ୍ଜନଗର ବଦରାଲଉଣ୍ଡା ଠାରେ ଥିବା ଫାର୍ମ ହାଉସ୍ ରେ ବି ରେଡ୍ କରାଯାଉଛି । ସେହିପରି ବୌଦ୍ଧ ଭୁଟାପାଲ୍ଲୀରେ ଥିବା ପୈତୃକ ବାସଭବନ, ଗଞ୍ଜାମ ଗାଙ୍ଗପୁରରେ ଥିବା ୨ଟି ସମ୍ପର୍କିୟଙ୍କ ଘରେ ବି ରେଡ୍ କରୁଛି ଭିଜିଲାନ୍ସ । ଭିଜିଲାନ୍ସର ୪ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର୍ ଚଢ଼ାଉରେ ସାମିଲ ରହିଛନ୍ତି ।

Get real time updates directly on you device, subscribe now.