fbpx

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢ଼ୁଛି; ଦେଶରେ ଦିନକରେ ୧୨୪୧ ମୃତ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ଧୀରେ ଧୀରେ ନିମ୍ନଗାମୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଆଉ ୬୭ ହଜାର ୮୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର୍ ୪.୪୪ ପ୍ରତିଶତକୁ କମିଲା । ସେହିପରି ଦିନକରେ କୋଭିଡ୍ ଜନିତ ମୃତ୍ୟୁ ହୋଇଛି ୧୨୪୧ ସଂଖ୍ୟକ । ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୬ ହଜାର ୫୨୦କୁ ବୃଦ୍ଧି ପାଇଛି । ସେହିପରି ଆକ୍ଟିଭ୍ କେସ୍ ୭,୯୦,୭୮୯ ହୋଇଛି ଏବଂ ସୁସ୍ଥ ହୋଇଛନ୍ତି ୪,୧୧,୮୦,୭୫୧ ଜଣ ସଂକ୍ରମିତ । ବୁଧବାର ତୁଳନାରେ ସଂକ୍ରମଣ ହାର ୬ ପ୍ରତିଶତ କମ୍ ରହିଛି ।

 

Get real time updates directly on you device, subscribe now.