fbpx

ପ୍ରେମ ଜାଲରେ ଫସାଇ ବିକ୍ରି କଲା ପ୍ରେମିକ, ପ୍ରତିଦିନ ୨୦ ଲୋକ କରୁଥିଲେ ରେପ୍

ନୂଆଦିଲ୍ଲୀ: ଦେହବେପାରରୁ ସିଧା ମୃତ୍ୟୁ ମୁଖରେ ପହଞ୍ଚିଥିବା ଜଣେ ମହିଳାଙ୍କ କଥା ଶୁଣି ଆପଣ ବି ଚକିତ ହୋଇଯିବେ । ମହିଳାଙ୍କୁ ପ୍ରତିଦିନ ୨୦ ଲୋକଙ୍କ ସହିତ ଶୋଇବାକୁ ବାଧ୍ୟ କରାଯାଉଥିଲା । ମନା କରିବାକୁ ନିଷ୍ଠୁର ଭାବେ ମାଡ଼ ମରାଯାଉଥିଲା ଓ ସିଗାରେଟ୍ ଚେଙ୍କ ଲଗାଯାଉଥିଲା । ମହିଳାଙ୍କୁ ଅତି ଦୟନୀୟ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ମାତ୍ର ୪୮ ଘଣ୍ଟା ବଞ୍ଚିବେ ବୋଲି ଡାକ୍ତର କହିଥିଲେ, କିନ୍ତୁ ମହିଳା ଜଣକ ମୃତ୍ୟୁ ମୁଖରୁ ଫେରିଆସିଛନ୍ତି । ଏବେ ପୋଲିସ ମହିଳାଙ୍କ ସହାୟତାରେ ସେକ୍ସ ରାକେଟକୁ ଧରିବାକୁ ପ୍ରୟାସ ଚଲାଇଛନ୍ତି ।

ମହିଳାଙ୍କ କହିବା ଅନୁସାରେ, ତାଙ୍କୁ ଯେଉଁ ଘରେ ରଖାଯାଇଥିଲା ସେଠାରେ ଆଉ ୨ ଯୁବତୀ ଥିଲେ । ସମସ୍ତଙ୍କୁ ତାଙ୍କ ଅନୁମତି ବିନା ଗ୍ରାହକଙ୍କ ଆଗକୁ ଯିବାକୁ ବାଧ୍ୟ କରାଯାଉଥିଲା । ଗୋଟିଏ ଦିନରେ ତାଙ୍କୁ ୨୦ରୁ ଅଧିକ ଲୋକଙ୍କ ସହ ସେକ୍ସ କରିବାକୁ ବାଧ୍ୟ କରାଯାଉଥିଲା । ମନା କରିବାରୁ ମାଡ଼ ମରାଯାଉଥିଲା । ମହିଳାଙ୍କ କହିବା ମୁତାବକ, ଅନେକ ନିଶାସକ୍ତ ଲୋକମାନେ ମଧ୍ୟ ସେଠାକୁ ଆସୁଥିଲେ, ଯେଉଁମାନେ ଗୋଟିଏ ଥରରେ ୫-୬ ଘଣ୍ଟା ପର୍ଯ୍ୟନ୍ତ ତାଙ୍କର ଶୋଷଣ କରୁଥିଲେ ।

ମହିଳାଙ୍କ କହିଛନ୍ତି ଯେ, ଜଣେ ଯୁବତ ତାଙ୍କୁ ପ୍ରେମ ଜାଲରେ ଫସାଇ ରୋମିନିଆରୁ ୟୁକେ ନେଇଯାଇଥିଲା ଓ ସେଠାରେ ଏକ ଫ୍ଲାଟରେ ବନ୍ଦୀ କରି ରଖିଥିଲା । ତେବେ ବ୍ରିଟେନରେ ସେକ୍ସ ୱାର୍କ ଆଇନଗତ, ଯେଉଁଥିପାଇଁ ସେଠାରେ ଛୋଟ ଛୋଟ ଘରେ ବି ଏହି କାମ ଚାଲିଥାଏ । ଅନ୍ୟ ଦେଶରୁ ଯୁବତୀମାନଙ୍କୁ ଅପହରଣ କରି ସେଠାରେ ବିକ୍ରି କରାଯାଏ । ଏହି ନର୍କ ଜୀବନରୁ ବାହାରି ଆସିଥିବା ମହିଳା କହିଛନ୍ତି ଯେ, ପ୍ରତିଦିନ ସେମାନେ ହଜାର ପାଉଣ୍ଡ ରୋଜଗାର କରୁଥିଲେ । କିନ୍ତୁ ଯୁବତୀମାନଙ୍କୁ କିଣିଥିବା ଲୋକାମନେ ସମସ୍ତ ଟଙ୍କା ନେଇଯାଉଥିଲେ । ପ୍ରତି କ୍ଷଣ ସେମାନଙ୍କ ଉପରେ ନଜର ରଖାଯାଉଥିଲା । ଏପରି କି ସେମାନେ ନିଜ ଇଚ୍ଛାରେ ନିଶ୍ୱାସ ବି ନେଇପାରୁନଥିଲେ । ମହିଳାଙ୍କୁ ମାରପିଟ୍ ପରେ ମରିବାକୁ ଛାଡିଦିଆଯାଇଥିଲା । କିନ୍ତୁ ମହିଳା ଜଣକ ମୃତ୍ୟୁକୁ ଚକ୍କମା ଦେଇ ବଞ୍ଚିଗଲେ । ତେବେ ମହିଳାମାନଙ୍କୁ ପ୍ରେମ ଜାଲରେ ଫସାଇ ବିକ୍ରି କରାଯାଛି ଓ ଏଭଳି ନର୍କ ଭଳି ଜୀବନରେ ଜବରଦସ୍ତି ପୁରାଉଛନ୍ତି । ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିପଡିଛି ।

Get real time updates directly on you device, subscribe now.