fbpx

(video) ଚଳନ୍ତା ଟ୍ରେନରେ ଚଢୁଥିଲେ ମହିଳା: ଗୋଡ ଖସିଯିବାରୁ ଘଟିଗଲା କିଛି ଏମିତି ଘଟଣା…

ଅନେକ ସମୟରେ ରେଲୱେ ଷ୍ଟେସନରେ ବିଭିନ୍ନ ପ୍ରକାର ଛୋଟବଡ ଘଟଣା-ଦୁର୍ଘଟଣା ଦେଖିବାକୁ ମିଳିଥାଏ । ତେବେ ଅନେକ ଘଟଣାରେ ଯାତ୍ରୀଙ୍କ ଜୀବନ ମଧ୍ୟ ଯାଇଥାଏ ଏବଂ ଅନ୍ୟ କିଛି ଯାତ୍ରୀଙ୍କୁ ବଞ୍ଚାଇବାରେ ସଫଳ ହୋଇଥାନ୍ତି ଆରପିଏଫ ଯବାନ । ତେବେ ଠିକ ଏହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ଚଳନ୍ତା ଟ୍ରେନରେ ଚଢିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କ ଗୋଡ ଖସିଯାଇଛି । ଆଉ ତା ପରେ ଯାହା ଘଟିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ କରିଛନ୍ତି ରେଳ ମନ୍ତ୍ରାଳୟ ।

ଏହି ଭିଡିଓରେ ଜଣେ ବୟସ୍କା ମହିଳା ଏବଂ ତାଙ୍କ ପୁଅ ଚଳନ୍ତା ଟ୍ରେନରେ ଚଢିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଟ୍ରେନରୁ ଉଭୟଙ୍କ ପାଦ ଖସିଯାଇଥିବା ଭିଡିଓରେ ଦେଖାଯାଇଛି । ତେବେ ଥରେ ଚିନ୍ତା କରନ୍ତୁ ଏହାପେର ସେଠାରେ ପରିସ୍ଥିତି କ’ଣ ହୋଇଥିବ? ନିଶ୍ଚୟ ଟ୍ରେନ ଚକ ତଳେ ଉଭୟଙ୍କ ପ୍ରାଣ ଯିବା ସ୍ୱାଭାବିକ ଘଟଣା । କିନ୍ତୁ ଏହି ଘଟଣାରେ ଏମିତି କିଛି ହୋଇନାହିଁ । ଉଭୟଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ଏକ ବିରାଟ ବିପଦରୁ ରକ୍ଷା ପାଇଯାଇଛନ୍ତି ମା’ ଓ ପୁଅ । ଜଣେ ମହିଳା RPF ଯବାନ ଏମାନଙ୍କ ପାଇଁ ସାଜିଛନ୍ତି ଦେବଦୂତ ।

ନିଜ ଅଫିସିଆଲ ଟ୍ୱିଟର ହାଣ୍ଡଲରେ ଏହି ଦୁର୍ଘଟଣାର ଭିଡିଓ ଅପଲୋଡ କରିଛି ରେଳ ମନ୍ତ୍ରାଳୟ । ଏହି ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ଯେ, ସର୍ଭିସ ଏବଂ ସେବା ମନୋଭାବ! ପଶ୍ଚିମବଙ୍ଗର ବାଙ୍କୁଡା ଷ୍ଟେସନରେ RPF ଯବାନଙ୍କ ସାହସିକତା । ସତର୍କତା ଏବଂ ତ୍ୱରିତ ପଦକ୍ଷେପ ଚଳନ୍ତା ଟ୍ରେନରେ ଚଢୁଥିବା ବେଳେ ଖସିପଡିଥିବା ଜଣେ ମହିଳା ଏବଂ ତାଙ୍କ ପୁଅଙ୍କ ଜୀବନ ବଞ୍ଚାଇଛନ୍ତି । ତେବେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରେ ନ ଚଢିବାକୁ କିମ୍ବା ଟ୍ରେନରୁ ନ ଓହ୍ଲାଇବା ପାଇଁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.