fbpx

Whatsapp ଆଣିଲା ବଢ଼ିଆ ଫିଚର୍ସ, ନିଶ୍ଚୟ ଆସିବ କାମରେ

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ୱାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ଅନେକ ଆକର୍ଷଣୀୟ ଫିଚର୍ସ ଜାରିକରିଛି । ହ୍ୱାଟ୍ସଆପ୍ ର ଏହି ଫିଚର୍ସ ପ୍ରାଇଭେସୀ ପଲିସି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ନୂଆ ଫିଚର୍ସ ବିଷୟରେ ଫେସବୁକ୍ (ମେଟା) ସିଇଓ ଏବଂ କୋ ଫାଉଣ୍ଡର ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ଏହି ନୂଆ ଫିଚର୍ସ ଏବଂ ଏହା କିପରି ଆପଣଙ୍କ ପାଇଁ ସହାୟକ ହୋଇପାରେ ।

ଅନଲାଇନ୍ ଷ୍ଟାଟସ ଇଣ୍ଡିକେଟର:

ହ୍ୱାଟ୍ସଆପରେ ବର୍ତ୍ତମାନ ଆପଣଙ୍କୁ କେବଳ ଅଲ ୟୁଜର୍ସ, କଣ୍ଟାକ୍ଟ ଓନଲୀ ଏବଂ ନୋବଡୀ ଅପ୍ସନ ମିଳୁଛି । କିନ୍ତୁ ନୂଆ ଅପଡେଟରେ ହ୍ୱାଟ୍ସଆପ୍ ୟୁଜର୍ସ ଅନଲାଇନ୍ ଷ୍ଟାଟସ୍ ଇଣ୍ଡିକେଟରକୁ କଣ୍ଟ୍ରୋଲ କରିପାରିବେ । ଏହାଦ୍ୱାରା ଆପଣ ଅନଲାଇନ୍ ଅଛନ୍ତି ବୋଲି କେବଳ ସେହିମାନେ ଜାଣିପାରିବେ ଯେଉଁମାନଙ୍କୁ ଆପଣ ବାଛିଥିବେ । ଅନ୍ୟ କେହି ଆପଣ ଅନଲାଇନ ଅଛନ୍ତି ବୋଲି ଜାଣିପାରିବେ ନାହିଁ । ଏହାଦ୍ୱାରା ଆପଣ ହ୍ୱାଟ୍ସଆପ୍ ପ୍ରାଇଭେଟ୍ ଭାବରେ ବ୍ୟବହାର କରିପାରିବେ ।

ଭିୟୁ ୱାନ୍ସ ମେସେଜର ସ୍କ୍ରିନ୍ ସଟ୍ ବ୍ଲକ୍:

ଏହି ଫିଚର ଦ୍ୱାରା ହ୍ୱାଟ୍ସଆପ୍ ର ଭ୍ୟୁ ୱାନ୍ସ ମେସେଜର ସ୍କ୍ରିନସଟ୍ ଅନ୍ୟ କୌଣସି ୟୁଜର୍ସ ନେଇପାରିବେନାହିଁ । ଏଥିପାଇଁ ଯିଏ ମେସେଜ ପଠାଉଛନ୍ତି ତାଙ୍କୁ ବ୍ଲକ୍ ସ୍କ୍ରିନସଟ୍ ଅପ୍ସନ ବାଛିବାକୁ ହେବ । ଅନେକ ସମୟରେ ଦେଖାଯାଇଛି ଭ୍ୟୁ ୱାନ୍ସ ମେସେଜର ସ୍କ୍ରିନସଟ୍ ରଖାଯିବାର ।

ଚୁପଚାପ୍ ହ୍ୱାଟ୍ସ ଗ୍ରୁପ୍ ଛାଡ଼ିବା:

ହ୍ୱାଟ୍ସଆପ୍ ଆଉ ଏକ ଫିଚରର ଘୋଷଣା କରିଛି । ଏହି ଅପ୍ସନ ଆସିବା ପରେ ଯଦି କେହି ୟୁଜର କୌଣସି ଗ୍ରୁପ ଛାଡ଼ୁଛନ୍ତି ତେବେ ଗ୍ରୁପର ଅନ୍ୟ କୌଣସି ମେମ୍ବର ଜାଣିପାରିବେ ନାହିଁ, କିନ୍ତୁ ଗ୍ରୁପ୍ ଆଡମିନଙ୍କୁ ଏହାର ସୂଚନା ପୂର୍ବଭଳି ମିଳିବ ।

ତେବେ କମ୍ପାନୀ କହିଛି ଯେ ଏହି ସବୁ ଫିଚର୍ସ ୟୁଜର୍ସଙ୍କୁ ପାଇଁ ଚଳିତ ମାସରୁ ଜାରି କରାଯିବ । ଏମିତିରେ ଆପଣଙ୍କୁ ଏହି ଫିଚର୍ସ ପାଇଁ ଅପେକ୍ଷା କରିବାକୁ ପଡ଼ିବ ।

Get real time updates directly on you device, subscribe now.