fbpx
BJD SKY
BJD SKY

(Video) ଏଇଟା କି True Love ? ମୁଣ୍ଡରେ ଟାଟୁ କରି ଲେଖିଦେଲେ ସ୍ୱାମୀଙ୍କ ନାଁ, ଭିଡିଓ ଭାଇରାଲ

BJD

ପ୍ରେମ ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଅଦ୍ଭୁତ କାରନାମା କରୁଥିବାର ଦେଖାଯାଏ । ଅନେକ ଲୋକ ନିଜ ପାର୍ଟନରଙ୍କ ନାଁ ହାତରେ କିମ୍ବା ଛାତିରେ ଟାଟୁ କରି ଲେଖିଥିବାର ମଧ୍ୟ ଦେଖିଥିବେ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁ ମୁଣ୍ଡରେ ଲେଖାଇଛନ୍ତି । ସ୍ୱାମୀଙ୍କ ପ୍ରତି ଥିବା ତାଙ୍କର ଅଗାଢ ଭଲପାଇବାକୁ ଦର୍ଶାଇବା ପାଇଁ ସେ ଏପରି ଏକ କାରନାମା କରିଛନ୍ତି ।

ବାଙ୍ଗାଲୋରର ଏହି ମହିଳା ଜଣକ ମୁଣ୍ଡରେ ଟାଟୁ କରି ଏକ ଅଦ୍ଭୁତ ଉଦାହରଣ ପାଲଟିଛନ୍ତି । ଏହାର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ ଏବେ କୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି, ଜଣେ ମହିଳା ଚେୟାର ଉପରେ ବସିଥିବା ବେଳେ ଟାଟୁ କରୁଥିବା ଯୁବକ ସ୍ୱାମୀଙ୍କ ନାଁ ମହିଳାଙ୍କ ମୁଣ୍ଡରେ ଲଗାଇ ଦେଇଛନ୍ତି । ଏହାପରେ ଏକ ମେସିନ ସାହାଯ୍ୟରେ ଟାଟୁ ଆର୍ଟିଷ୍ଟ ମହିଳାଙ୍କ ମୁଣ୍ଡରେ ସତୀଶ(ସ୍ୱାମୀଙ୍କ ନାଁ) ଲେଖୁଥିବାର ଦେଖାଯାଇଛି । ତେବେ ଏହି ସମୟରେ ମହିଳା ଜଣକ ଡରି ଯାଇଥିଲେ ଏବଂ ଯନ୍ତ୍ରଣାରେ ଟାଟୁ ଆର୍ଟିଷ୍ଟଙ୍କୁ ରୋକିବା ପାଇଁ ଚେଷ୍ଟା କରୁଥିବା ଭିଡିଓରେ ଦେଖାଯାଇଛି ।

ଏହାର ଏକ ଭିଡିଓ ଇନଷ୍ଟ୍ରାଗ୍ରାମ ପେଜରେ ଅପଲୋଡ କରାଯାଇଛି । ଭିଡିଓ ସେୟାର କରି କ୍ୟାପ୍ସନରେ ”ବୋଲି ଲେଖାଯାଇଛି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଲୋକ ଦେଖି ସାରିଥିବା ବେଳେ ୨.୬୮ ଲକ୍ଷରୁ ଅଧିକ ୟୁଜର ଏହାକୁ ପସନ୍ଦ କରିଛନ୍ତି । ଅନେକ ଲୋକ ମହିଳାଙ୍କର ଏପରି ନିଷ୍ପତ୍ତି ଉପରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି ।

 

Get real time updates directly on you device, subscribe now.