fbpx

୩ ଚମ୍ପିଆନ୍ ଦଳ, ଆଉ ଜଣେ ନବାଗତ: IPL ପ୍ଲେ-ଅଫରେ ଟ୍ରଫି ପାଇଁ ଲାଗିବ ମହାସମର

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଶେଷ ହୋଇଯାଇଛି ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ । ଏହାସହିତ ମିଳି ସାରିଛି ପ୍ଲେ-ଅଫ ପାଇଁ ୪ଟି ଶ୍ରେଷ୍ଠ ଦଳ । ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୧୬ ପଏଣ୍ଟ ପାଇଥିବା ବେଳେ ବାଙ୍ଗାଲୋରର ପରାଜୟ ପରେ ଦଳ ଏବେ ପ୍ଲେ-ଅଫ ପାଇଁ ସ୍ଥାନ ପକ୍କା କରି ନେଇଛି । ତେବେ ପ୍ଲେଅଫ ପାଇଁ ଏବେ ଗୁଜୁରାଟ ଟାଇଟନ୍ସ, ଚେନ୍ନାଇ ସୁପର କିଙ୍ଗସ, ଲକ୍ଷେ୍ନø ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ କ୍ୱାଲିଫାଏ କରିଛନ୍ତି । ଅର୍ଥାତ ଚଳିତବର୍ଷ ପ୍ଲେଅଫରେ ସ୍ଥାନ ପାଇଛନ୍ତି ଆଇପିଏଲର ୩ଟି ଚମ୍ପିଆନ୍ ଦଳ । ତେଣୁ ପ୍ଲେଅଫ ପର୍ଯ୍ୟାୟକୁ ନେଇ ରୋମାଞ୍ଚ ବଢିବାରେ ଲାଗିଛି ।

GT IPL Action 2023 Players List: Gujarat Titans Full Squad After Transfer  Window Closed

ଆଇପିଏଲ-୨୦୨୩ର ଲିଗ ପର୍ଯ୍ୟାୟ ସରିବା ପରେ ପ୍ଲେଅଫ ପାଇଁ ୪ଟି ଦଳ ଟିକେଟ ପାଇସାରିଛନ୍ତି । ଗତବର୍ଷର ଚମ୍ପିଆନ୍ ଗୁଜୁରାଟ ଟାଇଟନ୍ସ ପ୍ରଥମ ଦଳ ଭାବରେ ପ୍ଲେଅଫରେ ପହଞ୍ଚିଥିଲା । ଏହାପରେ ଆଇପିଏଲ ଇତିହାସର ସବୁଠୁ ସଫଳ ଦଳ ତଥା ୪ଥର ଚମ୍ପିଆନର ମୁକୁଟ ପିନ୍ଧିଥିବା ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ଦଳ ଭାବରେ ପ୍ଲେ-ଅଫ ଟିକେଟ ହାସଲ କରିଛି । ସେହିପରି ସର୍ବାଧିକ ଥର ଆଇପିଏଲ ଟ୍ରଫି ଉଠାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ସ୍ଥାନରେ ପ୍ଲେ-ଫରେ ପହଞ୍ଚିଥିବା ବେଳେ ପ୍ରଥମ ଥର ପାଇଁ ଲକ୍ଷେ୍ନø ସୁପର ଜିଆଣ୍ଟସ ପ୍ଲେ-ଅଫକୁ ଉନ୍ନୀତ ହୋଇଛି । ତେଣୁ ସୁପର ଜିଆଣ୍ଟସ ପାଇଁ ଏହା ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିବ । କାରଣ ପ୍ରଥମ ପ୍ଲେଅଫରେ ହିଁ ସାମନାରେ ରହିଛନ୍ତି ୩ଟି ଚମ୍ପିଆନ ଦଳ । ଏଥିସହିତ ଦଳ ପାଇଁ ପ୍ରଥମ ଥର ଭାବରେ ନେତୃତ୍ୱ ନେଇଛନ୍ତି କ୍ରୁନାଲ ପାଣ୍ଡ୍ୟା ।

LSG vs GT IPL 2023: Lucknow Super Giants eye top spot against Gujarat  Titans | Cricket News - Times of India

ସେପଟେ ଗୁଜୁରାଟ ଟାଇଟନ୍ସର ଅଧିକାଂଶ ଖେଳାଳି ଦମଦାର ଫର୍ମରେ ରହିଥିବା ବେଳେ ଚଳିତବର୍ଷ ମଧ୍ୟ ଟ୍ରଫି ଜିତିବା ପାଇଁ ପ୍ରବଳ ଦାବିଦାର ପାଳଟିଛି । ଏହାପରେ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଭଲ ଲୟରେ ରହିଛି । ଏହା ବ୍ୟତୀତ ଦଳ ୯ଥର ଫାଇନାଲ ଖେଳିବାର ଅଭିଜ୍ଞତା ରଖିଥିବା ବେଳେ ୧୧ଥର ପ୍ଲେଅଫ ଖେଳିଛି । ତେବେ ଦଳର ବିଶେଷ ସଫଳତାର ଅଧିକାରୀ ପାଲଟିଛନ୍ତି କ୍ରିକେଟ ଜଗତର ସର୍ବଶ୍ରେଷ୍ଠ ଅଧିନାୟକ କ୍ୟାପଟେନ କୁଲ ମାହି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଏହାପୂର୍ବରୁ ୫ଥର ଚମ୍ପିଆନ ହୋଇସାରିଛି ।

Match Preview - Super Kings vs Capitals, Indian Premier League 2023, 67th  Match | ESPNcricinfo.com

ତେବେ ପ୍ଲେଅଫର ପ୍ରଥମ କ୍ୱାଲିଫାୟାରରେ ମୁହାଁମୁହିଁ ହେବେ ପଏଣ୍ଟ ଟେବୁଲର ଦୁଇ ଶ୍ରେଷ୍ଠ ଦଳ । ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଚେନ୍ନାଇରେ ହେବ ପ୍ରଥମ କ୍ୱାଲିଫାୟାର ଫାଇଟ । ଏହି ମ୍ୟାଚର ବିଜେତା ସିଧା ଫାଇନାଲରେ ପ୍ରବେଶ କରିବ । ଏହାପରେ ଲକ୍ଷେ୍ନø ସୁପର ଜିଆଣ୍ଟସ ପ୍ରଥମ ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ସାମନା କରିବ । ଏହି ଲଢେଇରେ ବିଜୟ ହାସଲ କରିଥିବା ଦଳ କ୍ୱାଲିଫାୟାର-୧ର ପରାଜିତ ଟିମ ସହ କ୍ୱାଲିପାୟାର-୨ ଖେଳିବ । ତେବେ କ୍ୱାଲିଫାୟାର-୨ର ବିଜେତା ଦଳ ୨୮ ତାରିଖ ଫାଇନାଲ ମ୍ୟାଚରେ କ୍ୱାଲିଫାୟାର-୧ର ବିଜେତା ସହ ଟ୍ରଫି ପାଇଁ ଲଢେଇ କରିବ ।

SRH vs MI Highlights, IPL 2023: Mumbai Indians beat Sunrisers Hyderabad by  14 runs for third straight win - The Times of India

Get real time updates directly on you device, subscribe now.