ମହିଳାଙ୍କ ପାଇଁଁ ଡିଜେ ହେଲା କାଳ, ବାପଘର ଯିବା ବାଟରେ ଟଳି ପଡ଼ିଲେ

ଭଦ୍ରକରେ ଅଭାବନୀୟ ଘଟଣା । ଡିଜେ ଶବ୍ଦରେ ଟଳି ପଡ଼ିଲେ ମହିଳା ।

ଭୁବନେଶ୍ବର:  ଡିଜେ ଶବ୍ଦରେ ଟଳି ପଡ଼ିଲେ ମହିଳା । ଡିଜେ ଜଣେ ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ଘର ଦାଣ୍ଡରେ ହିଁ ମହିଳା ଜଣକ ଘର ଦାଣ୍ଡରେ ଟଳି ପଡ଼ିଛନ୍ତି ।

ଭଦ୍ରକରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ବାସୁଦେବପୁର ବ୍ଲକର ଏଡ଼ତାଳ ଗଗନବାବୁ ଛକଠାରେ ରହୁଥିବା ଦୟାନିଧି ପଲାଇଙ୍କ ସ୍ତ୍ରୀ ଲିଲି ପୁହାଣ ।

ପରିବାର ଲୋକଙ୍କ କହିବା ଅନୁସାରେ, ଲିଲି ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ସେ ବାପ ଘର ଚୂଡାମଣୀ ଯିବାକୁ ବାହାରିଥିଲେ । ଏହି ସମୟରେ ରାସ୍ତାରେ ଜଗନ୍ନାଥ ମନ୍ଦିରକୁ ଏକ ବରଯାତ୍ରୀ ଗାଡି ଡିଜେ ଧରି ବିବାହ ଶୋଭାଯାତ୍ରାରେ ଆସୁଥିଲେ ।

ତେବେ ଡିଜେ ସାଉଣ୍ଡ ଶୁଣି ବରଯାତ୍ରୀ ହଠାତ୍ ଟଳି ପଡିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ବାସୁଦେବପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବରୁ ସେ ଏକ ମୃତ ଛୁଆକୁ ଜନ୍ମ ଦେଇଥିବା ବେଳେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାପରେ ବାପଘରକୁ ଯିବା ସମୟରେ ଡିଜେ ସାଉଣ୍ଡରେ ସେ ଟଳି ପଡ଼ିଥିଲେ ।