କାମାକ୍ଷାନଗର: ଭଲପାଇ ବାହା ହେଇଥିଲେ; ଏବେ ଶାଶୂଘରୁ ମିଳିଲା ମୃତଦେହ। କାମାକ୍ଷାନଗରର ଭୁବନ ଥାନା ଆଦିପୁରା ଗାଁରେ ଘଟିଛି ଏଭଳି ଘଟଣା।
ଶାଶୂଘରୁ ମିଳିଲା ବୋହୂର ଝୁଲନ୍ତା ମୃତଦେହ। 7 ବର୍ଷ ତଳେ ପ୍ରେମ ବିବାହ କରିଥିଲେ। କେତେ ଆଶା ନେଇ ଶାଶୂଘରକୁ ଆସିଥିଲେ। କିନ୍ତୁ ଶାଶୂଘରକୁ ଆସିଲା ପରେ ସବୁ ଆଶା, ସ୍ୱପ୍ନ ଧୂଳିସାତ ହୋଇଗଲା।
ଶାଶୂଘର ପାଲଟିଗଲା ଯମପୁର। ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ, ଯାହାକୁ ନେଇ ବାପଘର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ତାଙ୍କ କହିବା ଅନୁସାରେ, ତାଙ୍କ ଝିଅକୁ ଶାଶୂଘର ଲୋକେ ମିଶି ମାରିଦେଇଛନ୍ତି।
ତେବେ ଏନେଇ ଅଧିକ ସୂଚନା ନଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।