ଭାପୁର: ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟିଦେଲେ ଦୁର୍ବୁତ୍ତ। ଭାପୁର ବଜାର ଉପକଣ୍ଠରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଦୁଇ ଶିଶୁଙ୍କୁ ଧରି ଘରେ ଶୋଇଥିବାବେଳେ କବାଟ ବାଡ଼େଇଥିଲେ ଦୁର୍ବୁତ୍ତ।
ମହିଳା ଜଣଙ୍କ କବାଟ ଖୋଲିବାରୁ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦୁର୍ବୁତ୍ତମାନେ ଫେରାର ହୋଇଗଲେ। ଏପରି ସେମାନେ କାହିଁକି କଲେ ତାର କୌଣସି ତଥ୍ୟ ମିଳିନଥିବାବେଳେ ସନ୍ଦେହ କରି ଫତେଗଡ଼ ପୋଲିସ 2 ଜଣଙ୍କୁ ଅଟକ ରଖିଛି।
ତେବେ ଏହି ଘଟଣା ପରଠାରୁ ସାରା ଗାଁରେ ଆତଙ୍କ ଖେଳିଯାଇଛି। ସମସ୍ତେ ଭୟଭୀତ ହୋଇ ଘରୁ ବାହାରକୁ ବାହାରୁ ନାହାଁନ୍ତି।