fbpx
BJD SKY
BJD SKY

‘ଥୋଡ଼ି ଥୋଡ଼ି ପି ଲିୟା କରୋ’…, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ଅଜବ ପରାମର୍ଶ

BJD

ନୂଆଦିଲ୍ଲୀ: ଛତିଶଗଡ଼ରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନିଲା ଭେଦିୟାଙ୍କ ଏକ ପରାମର୍ଶ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ନିଜ ପରାମର୍ଶରେ ପୁରୁଷ ମାନଙ୍କୁ ମଦ ସେବନ କରିବାକୁ କହୁଛନ୍ତି । ଏହି କଥା ସେ ଏକ ଗାଁକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି । ଯାହା ଚର୍ଚ୍ଚାର ବିଷୟ ହୋଇଯାଇଛି । ସେ କହିଛନ୍ତି ଯେ, “ଥୋଡି ଥୋଡି ପି ଲିୟା କରୋ ଔର୍ ଶୋ ଯାୟା କରେ”ା ଅର୍ଥାତ୍ ଟିକେ ମଦ ପାନ କର ଓ ଶୋଇପଡ଼ ବୋଲି ସେ ପରାମର୍ଶ ଦେଇଛନ୍ତି । ତାଙ୍କର ଏହି କଥାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଏହି ବୟାନକୁ ନେଇ ବିବାଦ ଦେଖାଦେବା ପରେ ଅନିଲା ଭେଦିୟା କହିଛନ୍ତି ଯେ, ତାଙ୍କ ବୟାନକୁ ବୁଲେ ବଙ୍କେଇ କୁହାଯାଉଛି । ସେ ଏହାକୁ ଏକ ରାଜନୈତିକ ମଜାକ୍ ବୋଲି ଦର୍ଶାଇଛନ୍ତି । ଅନିଲାଙ୍କ କହିବା କଥା ଯେ, ସେ ସେହି ପୁରୁଷ ମାନଙ୍କୁ ଏପରି କହିଛନ୍ତି ଯେଉଁ ମାନେ ବଦ ପିଇବାରେ ଅଭ୍ୟସ୍ତ ହୋଇଯାଇଛନ୍ତି । ସେ ସେମାନଙ୍କୁ ଟିକେ ପିଇବାକୁ କହିଥିଲେ ।

ତେବେ ଅନିଲା ନିଜ ବୟାନ ଉପରେ ସ୍ପଷ୍ଟୀକରଣ ରଖିବାକୁ ଯାଇ କହିଥିଲେ ଯେ, ମୁଁ ପରାମର୍ଶ ଦେଇଥିଲୀ ଯେ, ମହିଳା ମାନଙ୍କୁ ଘର କାମ କରିବାରେ ଅନେକ ସମସ୍ୟାର ସମ୍ବୁଖୀନ ହେବାକୁ ପଡ଼ୁଛି । ତେଣୁ ମୁଁ ପୁରୁଷ ମାନଙ୍କୁ ବଦ ଛାଡ଼ିବା କଥା କହିଥିଲି । ଦୁଇ ଦୁଇ ଥର ବିଧାୟିକା ରହିଥିବା ଅନିଲା ରାୟପୁରରୁ ୧୨୦ କିମି ଦୂର ବଲୋଦ ଜିଲ୍ଲାର ସିଂହୋଲା ଗାଁରେ ପହଞ୍ଚିଥିଲେ । ଏହି ଗାଁ ତାଙ୍କ ବିଧାନସଭା କ୍ଷେତ୍ରରେ ଆସୁଛି । ଏହି ଗାଁରେ ମଦ୍ୟପାନ ଖୁବ୍ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.