fbpx
BSKY
BJD MC SKY
BJD MS SKY

ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ଼, ଲୋକଙ୍କ ଠେଲାପେଲାରେ ତଳେ ପଡି ବୃଦ୍ଧ ମହିଳାଙ୍କ ଭାଙ୍ଗିଲା ପିଞ୍ଜରା ହାଡ଼

ଗଞ୍ଜାମ (ଓଡ଼ିଶା ଭାସ୍କର) : ଗଞ୍ଜାମ ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ଗତ ସୋମବାର ଠାରୁ ପୁଣି ଥରେ ଜିଲ୍ଲାର ବିଭିନ୍ନ ସହର ଓ ପୁରପଲ୍ଲୀରେ କରୋନା ପ୍ରତିଶେଧକ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଏବଂ ଟୀକାଦାନ କେନ୍ଦ୍ର ଗୁଡିକରେ ଏତେଟା ଭିଡ଼ ହେଉନଥିବା ବେଳେ ଏବେ ଟୀକାଦାନ କେନ୍ଦ୍ର ପ୍ରବଳ ଭିଡ଼ ହେଉଥିବା ଲକ୍ଷ୍ୟ କରାଯାଉଛି ।ଏଭଳି ଏକ ଟିକାଦାନ କେନ୍ଦ୍ରରେ ଲୋକ ପ୍ରବଳ ଭିଡ଼ ଜମାଇଥିଲେ। ଟିକାକରଣ କେନ୍ଦ୍ର ଖେଲିବା ପରେ ଭିତରୁ ଧଶେଇ ପଶିବା ଫଳରେ ଭଡି ଭିତରେ ଜଣେ ବୃଦ୍ଧ ମହିଳା ତଳ ପଡିଯାଇଥିଲେ। ତାଙ୍କୁ ଉପରେ ଲୋକେ ଚଢ଼ିଯିବାରୁ ବୃଦ୍ଧଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛ।

ସୂଚନା ମୁତାବିକ, ପୂର୍ବ ଅପେକ୍ଷା ଏବେ ଗୋଟିଏ ଗୋଟିଏ ଟୀକାଦାନ କେନ୍ଦ୍ର ଆସିଥିବା ଟୀକା ସଂଖ୍ୟା ଠାରୁ ଲୋକଙ୍କ ସଂଖ୍ୟା ଅଧିକ ରହୁଥିବାରୁ ସେଠାରେ ପରସ୍ପର ମଧ୍ୟରେ ଠେଲାପେଲା ମାଡପିଟ୍‌ ଭଳି ସ୍ଥିତି ଉପୁଜିଛି । ଯାହାକି କରୋନା ସଂକ୍ରମଣର ଆଶଙ୍କା ରହିଛି । ଗତ ସୋମବାର ଦିନ ପିତଳ ବାତ୍ୟା ଆଶ୍ରୟ ସ୍ଥଳିରେ ଜନଗହଳିକୁ ଏଡାଇବା ପାଇଁ ପୋଲିସର ସହାୟତା ନିଆଯାଇଥିଲା । ଏହା ସତ୍ତ୍ବେ ପୂର୍ବାହ୍ନରେ ୨ ଘଂଟା ଏବଂ ଅପରାହ୍ନରେ ୨ ଘଂଟା ପାଇଁ ଟୀକାଦାନ ବାଧାପ୍ରାପ୍ତ ହୋଇଥିଲେ । ଫଳରେ ଶହ ଶହ ସଂଖ୍ୟାରେ ଲୋକ ଟୀକା ନନେଇ ଫେରିଥିବା ଦେଖିବାକୁ ମିଳିଥିଲା । ଅନୁରୂପ ଭାବେ ପୋଲସରା ବ୍ଲକର ରାଣୀପଡ଼ା ଗ୍ରାମରେ ଟୀକାଦାନ ଚାଲିଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ଠେଲାପେଲା ହୋଇ ଟୀକା ନେବା ପାଇଁ ଟୀକାଦାନ କେନ୍ଦ୍ରରେ ଧଶେଇ ପଶିବା ଫଳରେ ଭାନୁ ସାହୁ ନାମକ ଜଣେ ବୃଦ୍ଧ ମହିଳା ତଳେ ପଡି ଯାଇଥିଲେ । ତାଙ୍କ ଉପରେ ଲୋକେ ଚଢ଼ି ଯିବାରୁ ତାଙ୍କ ଛାତି ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ଜଣାପଡିଛି । ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି ।

Get real time updates directly on you device, subscribe now.