fbpx

ମହିଳା କ୍ରିକେଟ ପାଇଁ ଖୁସି ଖବର: ୨୦୨୩ରୁ ମହିଳା ଆଇପିଏଲ୍‌ ଯୋଜନା କରିଛି ବିସିସିଆଇ

ମୁମ୍ବାଇ: ମହିଳା କ୍ରିକେଟ ପାଇଁ ଶୁଭ ଖବର । ପୁରୁଷ ଆଇପିଏଲ ପରି ମହିଳା ଆଇପିଏଲ ଆୟୋଜନ ନେଇ ବହୁଦିନ ଧରି ଦାବି ହୋଇ ଆସୁଥିଲେ ହେଁ ବିସିସିଆଇ ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନେଉନଥିଲା । ମାତ୍ର ମହିଳା କ୍ରିକେଟ ପ୍ରତି ଦିନକୁ ଦିନ ଅଧିକ ଚାହିଦା ହେଉଥିବା ଦୃଷ୍ଟିରୁ ଖୁବ୍‌ଶୀଘ୍ର ମହିଳା ଆଇପିଏଲ ଆୟୋଜନ କରାଯିବ ବୋଲି ବିଚାରବିମର୍ଶ ଚାଲିଛି ।

ଆସନ୍ତା ୨୦୨୩ରୁ ମହିଳା ଆଇପିଏଲ ଆୟୋଜନ କରିବାକୁ ଯୋଜନା କରିଛି ବିସିସିଆଇ । ଶୁକ୍ରବାର ଦିନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ମହିଳା ଆଇପିଏଲ ଆୟୋଜନ କରା ଯାଉ ନ ଥିବାରୁ ଏଥିାଇଁ ବିଭିନ୍ନ ଦିଗରୁ ସମାଲୋଚନା ଶୁଣିବାକୁ ମିଳୁଥିଲା । ତେବେ ଏଥିାଇଁ ବିସିସିଆଇର ର୍ବାିଁକ ସାଧାରଣ ବୈଠକରେ ସ୍ୱିକୃତି ମିଳିବା ଜରୁରି । ତେଣୁ ୨୦୨୩ରୁ ୬ ଦଳକୁ ନେଇ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଅନୁଷ୍ଠିତ କରିବାକୁ ବିଚାର ବିମର୍ଷ ଚାଲିଛି । ଶୁକ୍ରବାର ଦିନ ଆଇପିଏଲର ଗଭର୍ଣ୍ଣଂ କାଉନସିଲ ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେ ଏହି ଅବସରରେ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଯେ ଚଳିତ ବର୍ଷ ପୁରୁଷ ଆଇପିଏଲ ମଧ୍ୟରେ ତିନି ମହିଳା ଦଳକୁ ନେଇ ୪ ମ୍ୟାଚ ଅନୁଷ୍ଠିତ ହେବ । ଏହା ମହିଳା ଆଇପିଏଲ ପାଇଁ ରାସ୍ତା ପରିଷ୍କାର କରିବ । ଗତ ବର୍ଷ ଆଇପିଏଲର ଦ୍ୱିତୀୟ ଭାଗ ୟୁନାଇଟେଡକୁ ସ୍ଥାନାନ୍ତର କରାଯିବା ଫଳରେ ମହିଳା ମ୍ୟାଚ ଅନୁଷ୍ଠିତ ହୋଇ ପାରିଲା ନାହିଁ । ତେବେ ୨୦୨୦ରେ ତିନି ମହିଳା ଦଳକୁ ନେଇ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେଣୁ ଖୁବଶୀଘ୍ର ମହିଳା ଆଇପିଏଲ ଆୟୋଜନ ବାବଦରେ ନିଷ୍ପତ୍ତି ନିଆଯିବ । ଏହା ବିସିସିଆଇ ସାଧାରଣ ବୈଠକରେ ଗ୍ରହୀତ ହେଲେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ମହିଳା ଆଇପିଏଲ ପାଇଁ ମିଡିଆ ଅଧିକାର ପ୍ରସଙ୍ଗ ଉପରେ ଆଲେଚନା କରାଯିବ ।

Get real time updates directly on you device, subscribe now.