fbpx

ଚାଲିଛି ପୌର ଭୋଟ ଗଣତି: ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କିଏ ଆଗୁଆ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ସରିଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଓ ପରେ ଉଭିଏମରେ ଗଣତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ । ମେୟର/ଚେୟାରପର୍ସନ: ୧୬ଟିରେ ବିଜେଡି ଆଗୁଆ, ୩ରେ ବିଜେପି, ସ୍ବାଧୀନ ଗୋଟିଏରେ ଆଗୁଆ ରହିଛି ।ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା କେଉଁ ଆସନରେ କିଏ ଆଗୁଆ…

ଅନୁଗୁଳ- ପୌରାଧ୍ୟକ୍ଷ:-
ତାଳଚେରରେ ବିଜେଡିର ପ୍ରବିତ୍ର ଭୃତିଆ ଆଗୁଆ ଅଛନ୍ତି ।

ବଲାଙ୍ଗିର ଜିଲ୍ଲା- ପୌରାଧ୍ୟକ୍ଷ:
ବଲାଙ୍ଗୀର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ ଅଛନ୍ତି ।
ତୁଷୁରା ଏନଏସିରେ ବିଜେଡିର ଅଜୟ ଜୟୱାଲ ଆଗୁଆ ଅଛନ୍ତି ।

ବାଲେଶ୍ୱର-ପୌରାଧ୍ୟକ୍ଷ:
ବାଲେଶ୍ୱର ମ୍ୟୁନିସିପାଲିଟିରେ ବିଜେଡିର ସବିତା ସାହୁ ଆଗୁଆ ଅଛନ୍ତି ।

ବରଗଡ଼-ପୌରାଧ୍ୟକ୍ଷ:-
ବରଗଡ଼ ମ୍ୟୁନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ ଅଛନ୍ତି ।
ବିଜେପୁରରେ ବିଜେଡିର ସୀତା ବାରିକ ଆଗୁଆ ଅଛନ୍ତି ।

ବୌଦ୍ଧ- ପୌରାଧ୍ୟକ୍ଷ:-
ବୌଦ୍ଧ ଏନଏସିରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ଆଗୁଆ ଅଛନ୍ତି ।

ନୟାଗଡ଼- ପୌରାଧ୍ୟକ୍ଷ:-
ନୟାଗଡ଼ ମ୍ୟୁନିସିକାଲିଟିରେ ବିଜେଡିର ନିରୂପମା ଖଟେଇ ଆଗୁଆ ଅଛନ୍ତି ।

ନୂଆପଡ଼ା – ପୌରାଧ୍ୟକ୍ଷ:-
ନୂଆପଡ଼ା ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ଆଗୁଆ ଅଛନ୍ତି ।

Get real time updates directly on you device, subscribe now.