fbpx

ରେସଲିଙ୍ଗ ରିଙ୍ଗରେ ଆଉ ଦେଖିବାକୁ ମିଳିବନି WWW ସୁପରଷ୍ଟାର Triple Hଙ୍କ ସିଂହ ଗର୍ଜନ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ସୁପରଷ୍ଟାର ଟ୍ରିପଲ ଏଚଙ୍କୁ ଆଉ କୁସ୍ତି ରିଙ୍ଗରେ ଦେଖିବାକୁ ମିଳିବ ନାହିଁ । ନିଜର ପ୍ରୋଫେସନାଲ ରେସଲିଙ୍ଗ କ୍ୟାରିୟରକୁ ବାଏ ବାଏ କରିଛନ୍ତି ଟ୍ରିପଲ । ଏକ ସାକ୍ଷାତକାର ଅବସରରେ ଟ୍ରିପଲ ନିଜର ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ ହୃଦ ସମସ୍ୟା କାରଣରୁ ତାଙ୍କର ଅପରେସନ ହୋଇଥିଲା । ସେ ଗତ ୧୯୯୨ ମସିହାରେ ଅନ୍ତର୍ଜାତୀୟ ରେସଲିଙ୍ଗ ଫେଡେରେସନ (ଆଇଡବ୍ଲ୍ୟୁଏଫ)ରେ ନିଜର ରେସଲିଙ୍ଗ କ୍ୟାରିୟର ଶୁଭାରମ୍ଭ କରିଥିଲେ । ଏନେଇ ଟ୍ରିପଲ କହିଛନ୍ତି ଯେ, ମୁଁ ବହୁତ କିଛି କରିସାରିଛି, ଆଗକୁ ଆଉ କୁସ୍ତି ଲଢ଼ିବି ନାହିଁ । ଏହାକୁ ସ୍ୱୀକାର କରିବାକୁ ମୋ ପକ୍ଷେ କଷ୍ଟସାଧ୍ୟ । ଜୀବନରେ ବେଳେ ବେଳେ ମଣିଷକୁ ଭିନ୍ନ ନିଷ୍ପତ୍ତି ନେବାକୁ ପଡ଼ିଥାଏ ।

ଆମେରିକାର ନ୍ୟୁ ହ୍ୟାମ୍ପଶାୟରରେ ଜନ୍ମଗ୍ରହଣ କରିଥିବା ଟ୍ରିପଲଙ୍କର ପ୍ରକୃତ ନାମ ହେଉଛି ପଲ ମାଇକଲ ଲେୱେସ୍କ୍ୟୁ । ୧୯୯୨ରେ ସେ ଆଇଡବ୍ଲୁଏଫରେ ରେସଲିଙ୍ଗ କ୍ୟାରିୟର ଆରମ୍ଭ କରିବା ସମୟରେ ତାଙ୍କର ନାମ ଟେରା ରାଇଜିଙ୍ଗ ରଖାଯାଇଥିଲା । ପରେ ୧୯୯୫ରେ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁରେ ପାଦ ଦେବା ପରେ ତାଙ୍କ ନାମ ହର୍ଟର ହର୍ଟସ ହେଲ୍ମସ୍ଲେ ରଖାଯାଇଥିଲା । ଏହି ନାମରେ ପ୍ରଥମ ତିନୋଟି ଶବ୍ଦ ଇଂରାଜୀ ଅକ୍ଷର ଏଚରୁ ଆରମ୍ଭ ହେଉଥିବାରୁ ତାଙ୍କୁ ଟ୍ରିପଲ ଏଚ କୁହାଯାଇଥିଲା । ସେ ଗତ ୨୫ ବର୍ଷର କ୍ୟାରିୟର ମଧ୍ୟରେ ପ୍ରତିପକ୍ଷର ଅନେକ ଖେଳାଳିଙ୍କୁ ଧୂଳି ଚଟାଇବା ସହ ଅନେକ ଟାଇଟଲ ଜିତିଥିଲେ ।

Get real time updates directly on you device, subscribe now.