fbpx

ଆଫଗାନିସ୍ତାନ୍‌ରେ ସୀମା ଟପିଲା ତାଲିବାନୀ କ୍ରୁରତା: ମହିଳା ଖେଳାଳିଙ୍କ ମୁଣ୍ଡ- ଗଣ୍ଡି ଅଲଗା କରି କଲେ ହତ୍ୟା

କାବୁଲ୍‌ : ଆଫଗାନିସ୍ତାନ୍‌କୁ ତାଲିବାନ ନିଜ କବ୍‌ଜାକୁ ନେବା ପରେ ସେଠାରେ ତାଲିବାନୀମାନେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଧୀରେ ଧୀରେ ତାଲିବାନଙ୍କ କ୍ରୁରତା ସବୁ ସୀମା ଟପିବାରେ ଲାଗିଛି । ତାଲିବାନୀ ଆତଙ୍କୀମାନେ ଆଫଗାନିସ୍ତାନ ଜୁନିୟର ମହିଳା ଭଲିବଲ୍‌ ଟିମ୍‌ର ସଦସ୍ୟା ମହଜବିନ୍‌ ହାକିମିଙ୍କୁ ଗଳା କାଟି ମୁଣ୍ଡ ଓ ଗଣ୍ଡି ଅଲଗା କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।

ଟିମ୍‌ର କୋଚ୍‌ କହିଛନ୍ତି ଯେ ତାଲିବାନୀମାନେ ମହଜବିନ୍‌ ହାକିମିଙ୍କ ହତ୍ୟା କରିବା ସହ ଏହି ଘଟଣା ସମ୍ପର୍କରେ ପ୍ରଘଟ ନକରିବାକୁ ଧମକ ଦେଇଥିଲେ । କିନ୍ତୁ ଧୀରେ ଧୀରେ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି । ତାଲିବାନ୍‌ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ ସରକାରର ପତନ ପୂର୍ବରୁ ମହଜବିନ୍‌ କାବୁଲ ନଗର ପାଳିକା ଭଲିବଲ୍‌ କ୍ଲବ୍‌ ପକ୍ଷରୁ ଖେଳୁଥିଲେ ଏବଂ ଟିମ୍‌ର ଷ୍ଟାର୍‌ ଖେଳାଳିଙ୍କ ମଧ୍ୟରେ ସାମିଲ୍‌ ଥିଲେ ।

କୋଚଙ୍କ ସୂଚନା ଅନୁସାରେ ମହଜବିନଙ୍କ କଟା ମୁଣ୍ଡ ଏବଂ ରକ୍ତ ଜୁଡୁବୁଡ଼ୁ ବେକର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା । ଆଫଗାନ ଜାତୀୟ ମହିଳା ଭଲିବଲ୍‌ ଟିମର କୋଚ୍‌ କହିଛନ୍ତି ଯେ ଅଗଷ୍ଟରେ ତାଲିବାନର ପୂର୍ଣ୍ଣ କବଜା ପୂର୍ବରୁ ଟିମର ଦୁଇଜଣ ଖେଳାଳି ଦେଶ ଛାଡ଼ିବାରେ ସଫଳ ହୋଇଥିଲେ । ହେଲେ ମହଜବିନ ହକିମି ସେହି ମହିଳା ଖେଳାଳିଙ୍କ ମଧ୍ୟରେ ସାମିଲ୍‌ ଥିଲେ ଯେଉଁମାନେ ଦେଶ ଛାଡ଼ିାରିନଥିଲେ । କୋଚ୍‌ କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ କବଜା ପରେ ସେମାନେ ଲଗାତର ମହିଳା ଆଥଲେଟ୍‌ଙ୍କୁ ଖୋଜି ଖୋଜି ବାହାର କରୁଥିଲେ । ବିଶେଷକରି ତାଲିବାନୀ ଆତଙ୍କୀମାନେ ମହିଳା ଭଲିବଲ୍‌ ଟିମ୍‌ର ସଦସ୍ୟଙ୍କ ସନ୍ଧାନରେ ଥିଲେ, ଯେଉଁମାନେ ଅନେକ ବିଦେଶୀ ଓ ଘରୋଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଭଲିବଲ୍‌ ଟିମ୍‌ର ସବୁ ଖେଳାଳି ଓ ବାକି ମହିଳା ଆଥଲେଟ୍‌ଙ୍କ ମନରେ ଭୟ ଓ ନିରାଶା ଭରି ରହିଛି । ମହଜବିନଙ୍କ ମୃତ୍ୟୁ ସମସ୍ତଙ୍କୁ ଭୟଭୀତ କରାଇ ଦେଇଛି । ଟିମ୍‌ର ସଦସ୍ୟ ଆଫଗାନିସ୍ତାନ ଛାଡ଼ିବା ପାଇଁ ଲଗାତର ବିଦେଶୀ ସଙ୍ଗଠନ ଓ ଦେଶର ସମର୍ଥନ ପାଇବା ପାଇଁ ପ୍ରୟାସ କରୁଛନ୍ତି । ଗତ ସପ୍ତାହରେ ଫିଫା ଓ କତର ସରକାର ଆଫଗାନିସ୍ତାନରୁ ଜାତୀୟ ଫୁଟବଲ ଟିମ୍‌ର ସଦସ୍ୟ ଓ ସେମାନଙ୍କର ପରିବାର ସମେତ ୧୦୦ରୁ ଅଧିକ ମହିଳା ଫୁଟବଲର୍‌ଙ୍କୁ ସଫଳତାପୂର୍ବକ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.